Latest Odisha News

ଶିରିଡିରେ ବନ୍ଦ ପାଳନ; ଖୋଲା ରହିଛି ସାଇବାବାଙ୍କ ମନ୍ଦିର

ଶିରିଡି: ମହାରାଷ୍ଟ୍ରରେ ଶିରିଡି ସାଇ ବାବାଙ୍କ ଜନ୍ମସ୍ଥଳୀକୁ ନେଇ ଉଠିଥିବା ବିବାଦ ଯୋଗୁଁ ରବିବାର ତଥା ଜାନୁୟାରୀ ୧୯ ତାରିଖ ଦିନ ସ୍ଥାନୀୟ ଲୋକ ଓ ଭକ୍ତମାନେ ଶିରିଡି ବନ୍ଦ ପାଳନ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ସମଗ୍ର ଶିରିଡିରେ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ରବିବାର ସକାଳେ ଉକ୍ତ ଅଞ୍ଚଳରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିଥିବା ନେଇ ଜଣାପଡିଛି । ତେବେ ବନ୍ଦ ପାଳନ ସତ୍ୱେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସାଇବାବାଙ୍କ ମନ୍ଦିର ଖୋଲା ରହିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ତେବେ ଗତକାଲି ମନ୍ଦିର କନ୍ଦ ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ଗୁଜବ ବୋଲି କହିଥିଲେ ମନ୍ଦିର ସିଇଓ । ଏହାବ୍ୟତିତ ଯେକୌଣସି ପରିସ୍ଥିତି ଉପୁଜିଲେ ମଧ୍ୟ ବାବାଙ୍କ ମନ୍ଦିର ବନ୍ଦ ହେବନି ବୋଲି ମନ୍ଦିର ସିଇଓ ଦୀପକ ମୁଗଲିକର ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମରାଠାବାଡ଼ସ୍ଥିତ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ସଙ୍ଗେ ସଙ୍ଗେ ଏହାର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ ।

ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଶୁକ୍ରବାର ‘ଆଇନଗତ ଲଢ଼େଇ’ ପାଇଁ ଚେତାବନୀ ଦେଇଛନ୍ତି । ବିବାଦ ଯୋଗୁଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜାନୁଆରୀ ୧୯ରୁ ଶିରିଡି ବନ୍ଦ ଆହ୍ୱାନ ଦିଆଯାଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା।

 

Comments are closed.