ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଂସଦ ମହେଶ ସାହୁଙ୍କ ନେତୃତ୍ତ୍ବରେ NALCO CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାର୍ଶ୍ବିକ ଉନ୍ନତି ଓ ସ୍ଥାନୀୟ ନିଯୁକ୍ତି ଦାବିରେ ଏକ ପ୍ରତିବାଦ ସଭା ଓ ଶାନ୍ତିପୂର୍ଣ ଆନ୍ଦୋଳନ ଆୟୋଜନ କରାଯାଇଛି । ସାଂସଦଙ୍କ ସମ୍ପର୍କ ସଂଯୋଜକ ଓ ସଂଗ୍ରାମ ସଂଯୋଜକ କମିଟି ତତ୍ତ୍ବାବଧନରେ NALCO ସ୍ମେଲ୍ଟର ପ୍ଲାଣ୍ଟ ର ମୂଖ୍ୟ ଫାଟକ ସମ୍ମୁଖରେ ୨ ଘଣ୍ଟିଆ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ ନାଲକୋ କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମବାସୀ , ଶ୍ରମିକ ସଙ୍ଗଠନ ଓ ଜମିହରା ପ୍ରଜାମାନେ ସାମିଲ ହୋଇଥିଲେ ।
ଏହି ପ୍ରତିବାଦ ସଭାରେ ଗ୍ରାମ୍ୟ ଗୃହ ନିର୍ମାଣ ଅଧକ୍ଷ ମୀନକେତନ ଅମାନ୍ତ , ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଭକ୍ତିପ୍ରଶାଦ ଦାସ , ପୂର୍ଣଚନ୍ଦ୍ର ରାଉତ୍ , ପାରିପାର୍ଶ୍ବିକ କିଛି ପଂଚାୟତର ସରପଂଚ ଓ ସମିତିସଭ୍ୟ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଥିଲେ । ସମସ୍ତ ଜମିହରା ପ୍ରଜା ମାନେ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ଆନ୍ଦୋଳନ ର ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବିକାଶ ମୂଳକ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ଜମୀହରା ପ୍ରଜା , ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ରେ ଅଗ୍ରାଧୀକାର ଦାବି । ଏଲ. ଏ. ପି / ଆଇ. ଟି. ଆଇ ଓ ଏସ. ଏ. ପି. ମାନଙ୍କୁ ସ୍ଥାୟୀ ନିଯୁକ୍ତି । କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବତନ୍ତ୍ର ଟେକନିକାଲ ଓ ଜେନେରାଲ ଶିକ୍ଷା ପ୍ରଶିକ୍ଷଣ ପାଇଁ NALCO ନିଜସ୍ବ ତାଲିମ କେନ୍ଦ୍ର ପ୍ରତିଷ୍ଠା ଦାବି । ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବ୍ୟାପକ ବୃକ୍ଷ ରୋପଣ କରାଯାଉ । ଦୁର୍ଘଟଣା ରେ ମୃତ୍ୟୁୂରଣ କରୁଥିବା ଶ୍ରମିକ ମାନଙ୍କର ପରିବାରକୁ ୧୫ ଲକ୍ଷ ଟଙ୍କା ର ସହାୟତା ଓ ପରିବାରର ଜଣକୁ ମେଣ୍ଟେନାନ୍ସ ରେ ନିଯୁକ୍ତି । ଯଦି ନିର୍ଦିଷ୍ଟ ସମୟ ସୀମା ଭିତରେ ଏହି ଦାବୀ ଗୁଡିକୁ NALCO ପ୍ରଶାସନ ସମାଧାନ ନକରେ ତେବେ ଆଗାମୀ ଦିନରେ ରେଳ ରୋକ ଓ ଅର୍ଥନୈତିକ ଅବରୋଧ ପାଇଁ ସାଂସଦ ସୂଚନା ଦେଇଛନ୍ତି ।
BREAKING NEWS
- Lok Adalat: ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
- ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ
- Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
- Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’
- Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !
- ଟି୨୦ ବିଶ୍ୱକପ ପରେ ଟ୍ରେନରେ ଲୁଚି କରି ଘରକୁ ଗଲେ ଏହି ଷ୍ଟାର ଖେଳାଳି
- LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?
Comments are closed.