Latest Odisha News

BREAKING NEWS

ସ୍କୁଲ ଭିତରକୁ ସାମ୍ବାଦିକ ପ୍ରବେଶ ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ କଙ୍କଡାହାଡ ବିଇଓ, ଅନ୍ୟମାନେ କେବେ ?

ଢେଙ୍କାନାଳ: ସାମ୍ବାଦିକଙ୍କୁ ସ୍କୁଲ ଭିତରକୁ ପ୍ରବେଶ ନେଇ ଲଗାଇଥିବା କଟକଣା ପ୍ରତ୍ୟାହାର କଲେ ଢେଙ୍କାନାଳ ଜିଲ୍ଲା କଙ୍ଗଡାହାଡ ବିଇଓ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚିଠି ଜାରି କରି ସେ ତାଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରୁଛନ୍ତି ବୋଲି ଦର୍ଶାଇଛନ୍ତି। କିଛି ମିଡିଆ ପ୍ରତିନିଧି କଙ୍କଡାହା଼ଡର ଏକ ସ୍କୁଲରେ ଥିବା ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ କିଛି ସାଧାରଣ ପ୍ରଶ୍ନ ପଚାରିଥିଲେ କିନ୍ତୁ ଉତ୍ତର ଦେଇପାରିନଥିଲେ। ଏପରି କରିବା ଜଣଙ୍କୁ ଅପମାନ କରିବା ସହିତ ସମାନ ବୋଲି ଦର୍ଶାଇ ଗଣଶିକ୍ଷା ସଚିବ କିଛି ମିଡିଆ ପ୍ରତିନିଧିଙ୍କୁ ମେସେଜ କରିଥିଲେ। ପରେ ଏପରି କଲେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ କଙ୍କଡାହାଡ ସ୍କୁଲକୁ ଯାଇଥିବା ରିପୋର୍ଟରଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଯାହାକୁ ସାରା ରାଜ୍ୟରେ ବିରୋଧ ହୋଇଥିଲା।

ରବିବାର ସଂଧ୍ୟାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ବିଭାଗ ତରଫରୁ କୌଣସି ନିର୍ଦ୍ଦେଶନାମା ଦିଆଯାଇନି । ଯାହା ଯାଇଛି ସ୍ଥାନୀୟ ଅଞ୍ଚଳରୁ।

ଏହାପରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟାରେ କହିଥିଲେ, ମନ୍ତ୍ରୀ କହିସାରିଛନ୍ତି ସେଭଳି କୌଣସି ନିର୍ଦ୍ଦେଶନାମା ସ୍କୁଲ ମାନଙ୍କୁ ଦିଆଯାଇନି। ଗଣମାଧ୍ୟମ ପ୍ରତିନିଧି ବିଦ୍ୟାଳୟକୁ ଯାଇ ପାରିବେ । ହେଲେ ସ୍କୁଲରେ ପାଠ ପଢାଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେନି। ଅନେକ ପିଲା ପାଠ ପଢୁଛନ୍ତି। ସମସ୍ତେ ଭଲ ପାଠ ପଢୁଥିବେ ବୋଲି କହିହେବନି । ଏପରି ସ୍ଥିତିରେ କ୍ୟାମେରା ସାମ୍ନାରେ ଛୋଟ ପିଲା ଉତ୍ତର ନଦେଇପାରିଲେ ପରେ ଏହାକୁ ଟିଭିରେ ଦେଖିଲେ ମାନସିକ ଭାବରେ ଆଘାତ ପାଇପାରନ୍ତି। ତେଣୁ ସ୍କୁଲରେ ପାଠ ପଢା ଚାଲୁଥିବା ବେଳେ ସ୍କୁଲ ଭିତରକୁ ସାମ୍ବାଦିକ ପ୍ରବେଶ କରିପାରିବେନି ବୋଲି ଜିଲ୍ଲାପାଳି କହିଛନ୍ତି। କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଥିଲେ ସ୍କୁଲ ମ୍ୟାନେଜିଂ କମିଟି ସହିତ କଥା ସାମ୍ବାଦିକ କଥା ହୋଇପାରିବେ ବୋଲି ସେ କହିଛନ୍ତି।

କିନ୍ତୁ ପ୍ରଶ୍ନ ହେଲେ କଙ୍କଡାହାଡ ବିଇଓ ଯେଉଁ ନିର୍ଦ୍ଦେଶ ପ୍ରତ୍ୟାହାର କଲେ ଏବେ ସାରା ରାଜ୍ୟର ବିଇଓ ପ୍ରତ୍ୟାହାର କଲେ କି ନାହିଁ ତାହା ବଡ ପ୍ରଶ୍ନ? କାରଣ ପୁରୀ ଜିଲ୍ଲା କୃଷ୍ନପ୍ରସାଦ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥାକୁ ଦେଖାଇବା ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲିଆଖି ଦେଖାଇଛନ୍ତି ଅତିରିକ୍ତ ବିଇଓ। ଦୀର୍ଘଦିନ ହେଲା ଅଫିସକୁ କର୍ମଚାରୀ ଆସୁନଥିବାବେଳେ ଖାଲି ଚେୟାରର ଚିତ୍ର ଉତୋଳନ କଲାବେଳେ ଏକ ନ୍ୟୁଜ ଚ୍ୟାନେଲର ରିପୋର୍ଟରଙ୍କୁ ଅତିରିକ୍ତ ବିଇଓ ସ୍କୁଲ ଭିତରକୁ କ୍ୟାମେରା ମନା କଥା କହି ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ।

Leave A Reply

Your email address will not be published.