Latest Odisha News

BREAKING NEWS

ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ପକ୍ଷରୁ ଡ଼ିଏଫଓ ଅଫିସ ଘେରାଓ

ନୂଆପଡା : ଜଙ୍ଗଲ ଆଇନର କାର୍ଯ୍ୟକାରିତା ଓ ଜିଲ୍ଲାରେ ଦେଖାଯାଉଥିବା ସମସ୍ୟାର ସମାଧାନ ଦାବିକରି ନୂଆପଡା ଜିଲ୍ଲା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ତରଫରୁ ଆଜି ଖଡ଼ିଆଳ ଡିଏଫଓ ଅଫିସ ଘେରାଓ କରାଯାଇଛି  । ପନ୍ଦର ଦଫା ଦାବିପତ୍ର ପ୍ରଦାନ କରାଯାଇଛି l ଜିଲ୍ଲାର ତିନି ହଜାରରୁ ଉର୍ଦ୍ଧୂ ଆଦିବାସୀ ଯୋଗଦେଇଥିବା ବେଳେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଏଥିରେ ସାମିଲ ହୋଇ ସମର୍ଥନ ଜଣାଇଥିଲେ l

ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ପାଇଁ ପ୍ରଣୀତ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଓ ଜଙ୍ଗଲ ଭିତରେ ଥିବା ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ସେମାନଙ୍କୁ ମିଳିଥିବା ଜଙ୍ଗଲ ଜମି ପଟ୍ଟା ପାଇଥିବା ଜମିକୁ ମନରେଗାରେ ଉନ୍ନତି ସାଧନ, ଗୋଷ୍ଠିଗତ ଜଙ୍ଗଲ ଅଧିକାର କୁ ଗୁରୁତ୍ୱ ପ୍ରଦାନ କରିବା ଆଦି ୧୫ଦଫା ଦାବୀପତ୍ର ଖଡ଼ିଆଳ ଡ଼ି ଏଫ ଓ ଖଡ଼ିଆଳଙ୍କୁ ପ୍ରଦାନ କରିଥିଲେ ମାସକ ମଧ୍ୟରେ ଏସବୁ ର ସମାଧାନ ନକଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ଆଜି ଜିଲ୍ଲାର ହଜାର ହଜାର ବନବାସୀ ଖଡ଼ିଆଳ ଠାରେ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ବିକ୍ଷୋଭ କରି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଖଡ଼ିଆଳ ସମଲେଶ୍ବରୀ ମନ୍ଦିରରୁ ସମସ୍ତେ ଖଡ଼ିଆଳ ସହର ପରିକ୍ରମା କରି ଡି ଏଫ ଓ ଅଫିସ ଘେରାଓ କରିଥିଲେ। ଏନେଇ ଖଡ଼ିଆଳ ଡି ଏଫ ଓ ସୁଶୀଲ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ନିୟମ ଅନୁସାରେ ସବୁ ସମାଧାନ କରାଯିବ ବୋଲି କହିଥିଲେ।

ପିଢ଼ି ପରେ ପିଢ଼ି  ଶହଶହ ବର୍ଷ ଧରି ଆଦିବାସୀ ମାନେ ଜଙ୍ଗଲ ଜମି ଉପରେ ବସବାସ କରୁଛନ୍ତି । ହେଲେ ପ୍ରଶାସନ ସହ ବନ ବିଭାଗ ଜଙ୍ଗଲ ଜମି ଆଇନର ଅବମାନନା କରିବା ସହ ବନବାସୀ ମାନଙ୍କୁ ନିଜର ମୌଳିକ ଅଧିକାର ରୁ ବଞ୍ଚିତ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇ ପଡିଛି ସମସ୍ୟାର ସମାଧାନ ନହେଲେ ଏକ ବିରାଟ ଜନ ଆନ୍ଦୋଳନକୁ ଏଡାଇ ଦିଆଯାଇ ପାରିବ ନାହିଁ ।

 

Leave A Reply

Your email address will not be published.