Latest Odisha News

BREAKING NEWS

ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକାତା: ବିସିସିଆଇ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚାର ଜୋର ଧରିଥିଲା । ଗୁରୁବାର ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ସେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି ଯେ, ବିସିସିଆଇରେ ଆଉ ଦ୍ୱିତୀୟ ଇନିଂସ ଖେଳିବେ ନାହିଁ । ଜଣେ ପ୍ରଶାସକ ଭାବେ ସବୁ ଦିନ ରହିବା ସମ୍ଭବପର ନୁହେଁ । କ୍ରିକେଟ ଏବଂ ପ୍ରଶାସକ ଭାବେ ମୁଁ ଏକ ବଡ ଇନିଂସ ଖେଳିଛି । ଏହା ମୋ ଜୀବନର ଏ ପର୍ଯ୍ୟନ୍ତର ସର୍ବୋତମ ସମୟ ରହିଥିଲା । ଆଗକୁ ଆଉ କିଛି ବଡ କରିବାକୁ ହେବ । ଏଥିପାଇଁ ବହୁତ କିଛି ଦେବାକୁ ପଡିବ । ଜଣେ ବ୍ୟକ୍ତି ଚାହିଁଲେ ରାତାରାତି ନରେନ୍ଦ୍ର ମୋଦି କିମ୍ବା ଅମ୍ବାନୀ ହୋଇଯିବେନି ।

ଏଥିପାଇଁ ଆପଣଙ୍କୁ ଦୀର୍ଘ ଦିନ ଧରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡିବ । ମଙ୍ଗଳବାର ବୈଠକ ପୂର୍ବରୁ ଗାଙ୍ଗୁଲି ସଭାପତି ଭାବେ ଦ୍ୱିତୀୟ ଇନିଂସ ଖେଳିବେ ବୋଲି ଆଶା କରାଯାଉଥିଲା । ମାତ୍ର ବୈଠକରେ ତାଙ୍କ ସପକ୍ଷରେ କେହି ବାହାରିନଥିଲେ । ତାଙ୍କ ସ୍ଥାନରେ ରୋଜର ବିନ୍ନୀଙ୍କୁ ସଭାପତି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ଗାଙ୍ଗୁଲି ବିସିସିଆଇରୁ ଏକ ପ୍ରକାର ଛୁଟି ହୋଇ ଯାଇଥିଲା ।

Leave A Reply

Your email address will not be published.