Latest Odisha News

BREAKING NEWS

ଥାନାରେ ହଙ୍ଗାମା: ଲୋକଙ୍କୁ ବନ୍ଧୁକ ଦେଖାଇଲା ପୋଲିସ

ବାଲେଶ୍ୱର: ଖାକି ବର୍ଦ୍ଦିର ଧାକ୍ । ଲୋକଙ୍କୁ ଥାନା ସମ୍ମୁଖରେ ବନ୍ଧୁକ ଦେଖାଇଲା ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଖନ୍ତପଡା ଥାନାକୁ ହରିଆଣା ପୋଲିସ କୌଣସି ଏକ ଠକାମୀ ଘଟଣାର ତଦନ୍ତ ପାଇଁ ଆସିଥିଲେ । ଖନ୍ତପଡ଼ା ଥାନା ଷଠୀ ଗ୍ରାମର ଜଣେ ବ୍ୟକ୍ତି ଏହି ଠକାମୀରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଅଭିଯୁକ୍ତକୁ ନପାଇ ପୋଲିସ ତାଙ୍କ ମା’ଙ୍କୁ ଥାନାକୁ ଉଠାଇ ଆଣିଥିଲା । ପରେ ଏନେଇ ହରିଆଣା ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଥାନା ଭିତରେ କିଛି ଲୋକ ହରିଆଣା ପୋଲିସକୁ ଘେରିଯାଇଥିଲେ । ଏହି ସମୟରେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା । ପରେ କିଛି ଲୋକ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାରେ ଖନ୍ତପଡ଼ା ପୋଲିସ ହସ୍ତକ୍ଷେପ କରିନଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।

Comments are closed, but trackbacks and pingbacks are open.