Latest Odisha News

BREAKING NEWS

[ଭିଡ଼ିଓ] ୩୦ ଦିନ ଧରି ଚିକିତ୍ସା ପରେ ଶେଷରେ ଜଙ୍ଗଲକୁ ଫେରିଲା ଆହତ ଅହିରାଜ

ଭୁବନେଶ୍ୱର: ୩୦ ଦିନ ଧରି ଚିକିତ୍ସା ପରେ ଶେଷରେ ଜଙ୍ଗଲକୁ ଗଲା ଅହିରାଜ । ଶୁକ୍ରବାର ଅହିରାଜର ପ୍ଲାଷ୍ଟର୍ ଖୋଲାଯାଇଥିିବା ବେଳେ ସାପଟି ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିଲା ।

BjdElectrycity

୩ ଦିନ ଅବଜରଭେସନରେ ରଖିବା ପରେ ଆଜି ସ୍ନେକ ହେଲ୍ପ ଲାଇନର ଏକ ୪ ଜଣିଆ ଟିମ ବାଲୁଗାଁ ରେଞ୍ଜ ଅଫିସକୁ ସୁସ୍ଥ ଅହିରାଜକୁ ନେଇ ଯାଇଥିଲେ ।

ବାଲୁଗାଁ ରେଞ୍ଜ ଅଫିସର ବନରାମ ପ୍ରସାଦ ନନ୍ଦ ଅହିରାଜ ସାପଟିକୁ ଦେଖିବା ପରେ ଜଙ୍ଗଲରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଶେଷରେ ଅହିରାଜକୁ ଜଙ୍ଗଲ ଭିତରେ ଛାଡି ଦିଆଯାଇଥିଲା ।

ସାପଟି ପ୍ରଥମେ ପାଣି ପିଇବା ପରେ ଆରାମରେ ଜଙ୍ଗଲକୁ ଚାଲି ଯାଇଥିଲା । ସାପଟିର ଗତିବିଧିକୁ ପ୍ରାୟ ୧୦ ମିନିଟ ପର୍ୟ୍ୟନ୍ତ ସ୍ନେକ ହେଲ୍ପ ଲାଇନ ଟିମ ତଦାରଖ କରିଥିଲେ । ତେବେ ଅହିରାଜ ସାପ ବିଷ ପାଇଁ ଆଣ୍ଟି ଭେନମ ଭାରତରେ ନଥିବାଜାଣି ସୁଦ୍ଧା ଏତେ ବଡ ବିଷଧର ସାପକୁ ଚିକିତ୍ସା କରିବା ଏକ ଚ୍ୟାଲେଞ୍ଜ ଥିଲା ।

ସାପଟି ଆଗକୁ ଗୋଟିଏ ଥର କାତି ଛଡ଼େଇବା ପରେ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ଜୀବନ ଯାପନ କରିପାରିବ ବୋଲି ସ୍ନେକ ହେଲପଲାଇନ୍ ପକ୍ଷରୁ କୁହାଯାଇଛି।

ସାପଟିକୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଚିଲିକା ଛକ ନିକଟରୁ ଉଦ୍ଧାର କରାଯାଇଥିଲା । ୧୨ ଫୁଟ ଲମ୍ବର ଆହତ ଅହିରାଜକୁ ଭୁବନେଶ୍ବର ଓୟୁଏଟିରେ ପ୍ଲାଷ୍ଟର କରାଯାଇ ଅବଜରଭେସନରେ ରଖାଯାଇଥିଲା ।

Comments are closed, but trackbacks and pingbacks are open.