Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗାଁ ମନ୍ଦିର ଜମି ଜବରଦଖଲକୁ ବିରୋଧ : ବିବାଦରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

ଯାଜପୁର : ଗାଁ ମନ୍ଦିର ଜମି ଜବରଦଖଲକୁ ବିରୋଧ ।  ମନ୍ଦିର ଜାଗାକୁ ଜବରଦଖଲ କରି ଘର ତିଆରି କରିବା ଘଟଣାକୁ ନେଇ ଦେଖାଦେଇଛି ବିବାଦ । ଯାଜପୁର  ଛନ୍ଦାମୁଣ୍ଡ ଗାଁ ତାରିଣୀ ଓ ଭାଗବତ ଆଶ୍ରମର ଜାଗାକୁ ଜନୈକ ବ୍ୟକ୍ତି ଜବରଦଖଲ କରି ନିଜ ଘର କାମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ପେଂରାଦ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଜାଗାରେ ୧୪୪ ଧାରା ଜାରି କରାଯାଇଛି ।

କିନ୍ତୁ  ବ୍ୟକ୍ତି ଜଣକ ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ନାନା ଧମକ ଚମକ ଦେବା ସହିତ ହଇରାଣ ହରକତ କରୁଛନ୍ତି ।  ଏ  ଅଭିଯୋଗ କରି ଆଜି ଉପଜିଲାପାଳଙ୍କ ନିକଟରେ ପେଂରାଦ ହୋଇଛନ୍ତି । ତୁରନ୍ତ ଉକ୍ତ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଉକ୍ତ ଜମିକୁ ମନ୍ଦିର କମିଟିକୁ ପେଂରାଇବାକୁ ଦାବି ହୋଇଛି ।

Leave A Reply

Your email address will not be published.