Latest Odisha News

BREAKING NEWS

ବାଂଲାଦେଶକୁ ମିଳିପାରେ ଏସିଆ କପ ୨୦୨୨ ଆୟୋଜନ ଅଧିକାର

ଢ଼ାକା: ଏସିଆ କପ କ୍ରିକେଟ ୨୦୨୨ ଆୟୋଜନ ଅଧିକାର ବାଂଲାଦେଶକୁ ମିଳିପାରେ । ଅବଶ୍ୟ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଏସିଆନ କ୍ରିକେଟ କାଉନସିଲ ଏହାର ଆୟୋଜନ ଅଧିକାର ଶ୍ରୀଲଙ୍କାକୁ ପ୍ରଦାନ କରିଥିଲା । ମାତ୍ର ସେଠାରେ ଦେଶ ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବାରୁ ଏହାର ବିକଳ୍ପ କଥା ଏସିିସି ଚିନ୍ତା କରିବା ଆରମ୍ଭ କରିଛି । ଭାରତ ଓ ପାକିସ୍ତାନ ପୂର୍ବରୁ ଏଥିରୁ ଓହରି ଯାଇଛନ୍ତି । ଫଳରେ ବାଂଲାଦେଶ ଉପରେ ସମସ୍ତ ଆଶା ରଖାଯାଇଛି । ଏସିଆ କପ ୨୭ ଅଗଷ୍ଟ ୨୦୨୨ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବାକୁ ସ୍ଥିର ହୋଇଛି ।

ସୂଚନାଯୋଗ୍ୟ, ଇତି ମଧ୍ୟରେ ପାକିସ୍ତାନ ଏହାର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟସୂଚୀକୂ ରଦ୍ଦ କରିଛି । ଶ୍ରୀଲଙ୍କା ସରକାର ଦେଶର ଅର୍ଥନୀତିକୁ ସମ୍ଭାଳିବା ପାଇଁ ଜନ ସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ବାଂଲାଦେଶ ଅବଶ୍ୟ ଏହି ସିରିଜ ଆୟୋଜନ ନ କରିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ ।

Leave A Reply

Your email address will not be published.