Latest Odisha News

BREAKING NEWS

ଭଦ୍ରକ: ଏଟିଏମ୍ ଲୁଟେରାଙ୍କୁ ନିର୍ଧୂମ ଛେଚିଲେ ସ୍ଥାନୀୟ ବାସିନ୍ଦା

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ଲୁଟେରା ଲୋକଙ୍କ ହାତରେ ଧରାପଡ଼ି ମାଡ ଖାଇବା ଭଳି ଘଟଣା ଏହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ ମାଳଦା ପଞ୍ଚାୟତର ବଦ୍ରି ନାରାୟଣ ଧଳ ନାମକ ଜନୈକ ବ୍ୟକ୍ତି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ପାଖାପାଖି ୪ଜଣ ବ୍ୟକ୍ତି ଏଟିଏମକୁ ଭାଙ୍ଗିବା ଲାଗି ଉଦ୍ୟମ କରୁଥିବାର ଦେଖିବାକୁ ପାଇଲେ । ପରେ ଲୋକମାନେ ଏକଜୁଟ୍ ହୋଇ ଏଟିଏମ୍ ପାଖକୁ ଗଲାବେଳେକୁ ଦୁବୃର୍ତ୍ତମାନେ ଦୌଡି ପଳାଇଯିବାକୁ ଚେଷ୍ଟା କରିଥିଲେ ।

ଅନ୍ୟପକ୍ଷରେ ଅନ୍ୟ ୩ଜଣ ଖସିପଳାଇ ଯାଇଥିବାବେଳେ ଜଣେ ଦୁବୃର୍ତ୍ତକୁ ସ୍ଥାନୀୟ ଲୋକମାନେ କାବୁ କରିପାରି ନିର୍ଧୁମ ଛେଚିଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଲୁଟେରାକୁ ଉଦ୍ଧାର କରିବା ସହ ତାକୁ ଥାନାରେ ଅଟକ ରଖିଛନ୍ତି ।

ଆହୁରି ମଧ୍ୟ ଏଟିଏମ୍ ଠାରୁ ୨୦୦ମି. ଦୂରରେ ଥିବା ଏକ ମାରୁତି ଓମନି (ଓଡି-୨୨ସି-୯୩୦୨) ଭ୍ୟାନକୁ ଜବତ କରାଯାଇଥିôବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.