Latest Odisha News

BREAKING NEWS

ଭାରତୀୟ ବଜାରରେ ଉପଲବ୍ଧ ହେଲା ‘ରେଡମୀ ନୋଟ୍୬ ପ୍ରୋ’

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଲଞ୍ଚ ହେଲା ସାଓମିର ନୂଆ ରେଡମୀ ନୋଟ୍୬ ପ୍ରୋ । ରେଡମୀ ନୋଟ୍ ୫ ପ୍ରୋର ସଫଳତା ପରେ କମ୍ପାନୀ ପକ୍ଷରୁ ଏହି ସ୍ମାର୍ଟଫୋନକୁ ବଜାରକୁ ଛଡାଯାଇଛି ।

ଏହି ସ୍ମାର୍ଟଫୋନରେ ୪ଟି କ୍ୟାମେରା ରହିଛି, ଡୁଆଲ୍ ଫ୍ରଣ୍ଟ କ୍ୟାମେରା ଓ ଡୁଆଲ୍ ରିୟର କ୍ୟାମେରା ରହିଛି । ଏହାକୁ ପୂର୍ବରୁ ଇଣ୍ଡୋନେସିଆ ଓ ଥାଇଲାଣ୍ଡରେ କରାଯାଇଛି । ଏବେ ଭାରତୀୟ ଗ୍ରାହକମାନଙ୍କ ପାଇଁ ନଭେମ୍ବର ୨୩ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ ।

ଗାହକମାନେ ଚାହିଁଲେ ଏହି ହ୍ୟାଣ୍ଡସେଟକୁ ଫ୍ଲିପକାର୍ଟ ଏବଂ ସାଓମିର ଅଫିସିଆଲ ୱେବସାଇଟ ଏମଆଇ.କମ୍ ରୁ ମଧ୍ୟ କିଣିପାରିବେ ।

ସ୍ମାର୍ଟଫୋନରେ ୪ଜିବି ରାମ୍ ୱାରେଣ୍ଟି ସହ ୧୩,୯୯୯ଟଙ୍କା ରହିଥିବାବେଳେ ୬ଜିବି ରାମ୍ ଓ ୬୪ ଜିବି ୱାରେଣ୍ଟି ମୂଲ୍ୟ ପ୍ରାୟ ୧୫,୯୯୯ଟଙ୍କା ରହିଛି ।

ଏଥିରେ ଡିସପ୍ଲେ ନଚ୍ ବ୍ୟବସ୍ଥା ରହିଛି ଏବଂ ଫେସ୍ ଅନଲକ୍ ସିଷ୍ଟମ ମଧ୍ୟ ରହିଛି । ବ୍ଲାକ, ବ୍ଲୁ, ରେଡ୍ ଆଦି ରଙ୍ଗରେ ହ୍ୟାଣ୍ଡସେଟଟି ବଜାରରେ ଉପଲବ୍ଧ ହେବ ।

ରେଡମୀ ନୋଟ୍୬ ପ୍ରୋରେ ୪ଜି ଡୁଆଲ୍ ସିମର ବ୍ୟବସ୍ଥା ଅଛି, ଏଥିସହିତ ଦିନକୁ ଦିନ ଇଣ୍ଟରନେଟ୍ ସ୍ପିଡରେ ହେଉଥିବା ବିକାଶକୁ ନଜରରେ ରଖି ୫ଜି ସପୋର୍ଟ ସିଷ୍ଟମ ମଧ୍ୟ ରହିଛି ।

Leave A Reply

Your email address will not be published.