Latest Odisha News

BREAKING NEWS

ଖୋର୍ଦ୍ଧାରେ ରୋଡ୍ ରୋମିଓକୁ ନିସ୍ତୁକ ପିଟିଲେ ଲୋକେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକକୁ ଧରି ନିର୍ଧୁମ୍ ପିଟିଛନ୍ତି ।

ମିଳିଥିବା ସୂଚନାନୁଯାୟୀ କୁମାରଙ୍ଗା ଛକ ନିକଟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଟିଉସନରୁ ଘରକୁ ଫେରୁଥିବା ବେଳେ ପାଖାପାଖି ୩ ଜଣ ଯୁବକ ତାକୁ ଦୁର୍ବ୍ୟବହାର କରିଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକେ ଉକ୍ତ ରୋଡ୍ ରୋମିଓଙ୍କ ମଧ୍ୟରୁ ଜଣକୁ କାବୁ କରିବାରେ ସଫଳ ହୋଇଥିଲେ । ପରେ ତାକୁ ନିସ୍ତୁକ ପିଟିବା ସହ ଲୋକମାନେ ବାଣପୁର ପୋଲିସ ହେପାଜତରେ ଦେଇଥିବା ଜଣାପଡିଛି ।

ତେବେ ପୋଲିସ ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ଫେରାର ବ୍ୟକ୍ତିଙ୍କୁ ଧରିବା ପାଇଁ ଛାନଭିନ୍ନ ଆରମ୍ଭ କରିଛି ।

Leave A Reply

Your email address will not be published.