Latest Odisha News

BREAKING NEWS

Browsing Tag

Khurda

ଓ୍ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିବା ଘଟଣା: ସସପେଣ୍ଡ ହେଲେ ଜଙ୍କିଆ ଏଏସ୍ଆଇ

ଭୁବନେଶ୍ୱର: ଓ୍ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିଥିବା ଘଟଣା  । ସସପେଣ୍ଡ ହେଲେ ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି । ଗତକାଲି ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ କୌଣସି ଏକ ମାମଲା ସଂପର୍କରେ ବୁଝିବା ପାଇଁ ଜଙ୍କିଆ ଥାନାକୁ ଯାଇଥିଲା ବେଳେ ଆଇଆଇସି ଥାନାରେ ନଥିଲେ । ନବକିଶୋର…

ନକଲି ଯୁକ୍ତ ୨ ସାର୍ଟିଫିକେଟ୍ ମାମଲାରେ ଅଧ୍ୟାପକ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ନକଲି ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧ୍ୟାପକ ଜଣଙ୍କ ତପନ କୁମାର ପୃଷ୍ଟି, ଘର ଯାଜପୁର ବୋଲି ଜଣା ପଡ଼ିଛି ।…

ମଝି ଚିଲିକାରେ ମାରିଲା ବିଜୁଳି, ମାଛ ଧରୁଥିବା ବେଳେ ଚାଲିଗଲା ବାପପୁଅଙ୍କ ପ୍ରାଣ

ଖୋର୍ଦ୍ଧା: ମାଛ ମାରିବାକୁ ଚିଲିକାକୁ ଡଙ୍ଗା ନେଇ ଯାଇଥିଲେ ବାପପୁଅ । ହେଲେ କିଏ ଜାଣିଥିଲା ମାଛ ମାରି ବାପପୁଅ ଆଉ ଫେରିବେନି । ମଝି ଚିଲିକାରେ ମାଛ ଧରୁଥିବା ବେଳେ ବଜ୍ରପାତରେ ବାପପୁଅଙ୍କ ଜୀବନ ଯାଇଛି । ଏ ଅଘଟଣ ଘଟିଛି ଚିଲିକା ମଝିରେ । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା…

ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟର’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି । ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟ୍‌ର କୃତ୍ରିମ…

ଭ୍ରଷ୍ଟ ଯନ୍ତ୍ରୀଙ୍କ ନାଁରେ ୨୫.୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ଖୋର୍ଦ୍ଧା: ଯେତେ ଖୋଳୁଛି ସେତେ ବାହାରୁଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ମାଇନର ଇରିଗେସନର ସହକାରୀ ଯନ୍ତ୍ରୀ ମନୋଜ କୁମାର ଦାଶଙ୍କ ଘରେ ହୋଇଥିଲା ଚଢାଉ । ଏଯାଏଁ ମିଳିଥିବା ତଥ୍ୟ ଅନୁସାରେ ମନୋଜଙ୍କର ୨୫.୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଅଛି । ଏକାଧିକ…

ମାନସିକ ନିର୍ଯାତନା ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ, ପିଏ ଆଣିଲେ ସଙ୍ଗୀନ ଅଭିଯୋଗ

ଖୋର୍ଦ୍ଧା: ୨୪ ଜଣ ଏଡିଏମ୍, ୧୬ରୁ ୧୭ ଜିଲ୍ଲାପାଳଙ୍କ ପାଖରେ ମୁଁ କାମ କରିଛି । କିନ୍ତୁ କେବେ ଜିଲ୍ଲାପାଳଙ୍କ ଠାରୁ ଏମିତି ବ୍ୟବହାର ପାଇନି କି କାହାରିକୁ ଏମିତି ନିର୍ଯାତନା ଦେବା ଦେଖିନି । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବିରୋଧରେ ତାଙ୍କ ବ୍ୟକ୍ତିଗତ ସହାୟକ (PA)…

ସରକାରୀ ଜମିକୁ ନେଇ ସଂଘର୍ଷ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା : ଶରଧାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାର ସିଂହ। ଅଭିଯୋଗ ଅନୁଯାୟୀ, ଗତ…

ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍, ୩ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା: ଭୋର୍ ସମୟରେ ଭୟଙ୍କର ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ପଞ୍ଚକୋଟା ନିକଟରେ ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଗୁଜରାଟ ନମ୍ବର ପ୍ଲେଟ୍ କାରଟି ଭୁବନେଶ୍ୱରରୁ…

STF ପଞ୍ଝାରେ ଦୁଇ ଚୋରା ବନ୍ଧୁକ ବେପାରୀ, ୧୦ଟି ବନ୍ଧୁକ ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛନ୍ତି ଚୋରା ବନ୍ଧୁକ ବେପାରୀ । ଭୁବନେଶ୍ୱର ଜଙ୍କିଆ ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି ପିସ୍ତଲ, ୫ଟି SBML ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର…

[ଭିଡିଓ] ଘର ପୋଡିଲେ, ମହିଳାଙ୍କୁ ଘୋଷାଡି ମାରିଲେ !

ଖୋର୍ଦ୍ଧା: ଜମି ବିବାଦକୁ ନେଇ ତୁମୁଳକାଣ୍ଡ । ଖୋର୍ଦ୍ଧା ବୋଲଗଡ ବ୍ଲକ କଡବା ଗାଁରେ ଅମାନବୀୟ ଘଟଣା । ଜଣେ ମହିଳାଙ୍କୁ ନିର୍ଘାତ ମାଡ ମାରିବା ସହ ତାଙ୍କ ଘର ପୋଡିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ବି ଭାଇରାଲ୍ ହୋଇଛି ।…