ବାରିପଦା: କରୋନାରୁ ମୁକ୍ତି ପାଇଁ ଠାକୁରଙ୍କ ପାଖେ ମାନସିକ । ଯେଉଁଠି ସାରା ବିଶ୍ୱ କରୋନା ସଂକ୍ରମଣର ମୂଳପୋଛ ପାଇଁ ଭାକ୍ସିନଠାରୁ ଆରମ୍ଭ କରି ନାନା ବୈଜ୍ଞାନିକ କୌଶଳ ଆପଣାଇଛି, ସେଠି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଛି ।
ଲକଡାଉନ ପାଇଁ ବନ୍ଦ ପଡିଛି ମଠ ମନ୍ଦିର । ବାରଣ ହୋଇଛି ପୂଜାର୍ଚ୍ଚନା । ଏପରି ସ୍ଥିତିରେ ମୟୁରଭଂଜ ଭଳି ଆଦିବାସୀ ବହୁଳ ଜିଲ୍ଲାରୁ ଆସିଛି ଏକ ତାଜୁବ କଲା ଭଳି ଖବର । କରୋନା ମହାମାରୀକୁ ବିଶ୍ୱରୁ ଲୋପ କରିବା ପାଇଁ କପ୍ତିପଦା ବ୍ଲକର କଟୁରିଆ ଧନଚତୁରୀ ଗାଁରେ କିଛି ଲୋକ ମାନସିକ କରିଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ ଏଠିକାର ଆଦିବାସୀ ସଂପ୍ରଦାୟର ଲୋକେ ମାରାଙ୍ଗ ବୁରୁ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କରୋନାକୁ ସମୂଳେ ଧ୍ୱଂସ କରିବା ପାଇଁ ଲୋକେ ମାରାଙ୍ଗ ବୁରୁ ଦେବତାଙ୍କ ନିକଟରେ ମାନସିକ କରିବା ସହ କଳା ବୋଦା ଓ ମେଣ୍ଢା ବଳି ଦେଇଥିଲେ । ବଳିପ୍ରଥା ବେଆଇନ ଘୋଷତ ହୋଇଥିଲେ ହେଁ ଏଠାରେ ଏହି ପ୍ରଥା ଆଜି ବି ଜାରି ରହିଛି ।
Comments are closed.