Latest Odisha News

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୋଭିଡ-୧୯ ରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ଭାଇରସ ଏତେ ସଂଖ୍ୟକ ଲୋକଙ୍କୁ ନେଇଗଲା ଯେଉଁମାନେ ଆମ ନିକଟତର ଥିଲେ। ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି।”

ମହାମାରୀର ପ୍ରଭାବ ଏତେ ବ୍ୟାପକ ହୋଇଛି ଯେ ସମସ୍ତ ଚେଷ୍ଟା ସତ୍ତ୍ବେ ଅନେକ ଲୋକ ପ୍ରାଣ ହରାଇଛନ୍ତି ବୋଲି କହି ଅତ୍ୟନ୍ତ ଭାବପ୍ରବଣ ହୋଇ ଗମ୍ଭୀର ସ୍ୱରରେ ପ୍ରଧାନମନ୍ତ୍ରୀ ‌ମୃତକଙ୍କ ପରିବାର ପ୍ରତି ସମ‌ବେଦନା ଜଣାଇଥିଲେ। ଦେଖନ୍ତୁ ଭିଡିଓ

 

Comments are closed.