Latest Odisha News

BREAKING NEWS

ବଡ଼ ଖବର: କଟକରେ ଖୋଲିଲା ଗାର୍ମେଣ୍ଟ୍ ମଲ୍ !

କଟକ: ଓଡ଼ିଶା ସମେତ ସାରା ଭାରତରେ ଜାରି ରହିଛି ଲକ୍‌ଡାଉନ୍ । ଲକ୍‌ଡାଉନ୍ କଟକଣା ଯୋଗୁଁ ଦୀର୍ଘ ଦିନ ବନ୍ଦ ରହିବା ପରେ ଆଜି କଟକରେ ଖୋଲିଛି ଗାର୍ମେଣ୍ଟ୍ ମଲ୍ ।

ମିଳିଥିବା ସୂଚନାନୁଯାୟୀ, କଟକ ସହରର ବ୍ୟାବସାୟିକ ପେଣ୍ଠସ୍ଥଳ ଭାବେ ପରିଚିତ ବାଦାମବାଡ଼ି, ଦୋଳମୁଣ୍ଡାଇ ନୂଆପାଟଣା ଏବଂ ବଜ୍ରକବାଟି ରୋଡରେ ଥିବା ବିଭିନ୍ନ ଗାର୍ମେଣ୍ଟ୍ ମଲ୍ ଗୁଡ଼ିକ ପୁନର୍ବାର ଖୋଲିଛି ।

ଏହିସବୁ ସ୍ଥାନ ଗୁଡ଼ିକରେ ଥିବା ରିଲାଏନ୍ସ ଟ୍ରେଣ୍ଡ୍‌, ମେଟ୍ରୋ ବଜାର, କୋଲକାତା ବଜାର ଏବଂ ଗୀତା ଫ୍ୟାସନ ପରି ଅଗ୍ରଣୀ ଗାର୍ମେଣ୍ଟ୍ ମଲ୍ ଗୁଡ଼ିକ ଖୋଲାଯିବାକୁ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଅନୁମତି ଦେଇଛି ।

ଆଜି ଗ୍ରାହକମାନେ ଏହିସବୁ ମଲ୍ ଗୁଡ଼ିକୁ ଯାଇ ସାମଗ୍ରୀ କିଣିବେ ବୋଲି ମଲ ମାଲିକମାନେ ଆଶା ବ୍ୟକ୍ତ କରିଛନ୍ତି ।

ଏହି ସମସ୍ତ ମଲ୍ ଗୁଡ଼ିକରେ ଲେଡ଼ିଜ୍ ଓ ଜେଣ୍ଟସ ଫ୍ୟାସନ ଗାର୍ମେଣ୍ଟ ଉପଲବ୍ଧ ହୋଇଥାଏ ।

 

 

Leave A Reply

Your email address will not be published.