Latest Odisha News

BREAKING NEWS

ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଫି’ ଛାଡ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଫି ଛାଡ ହେବନି । ଫି ଛାଡ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଫି ନଦିଅନ୍ତି ତେବେ କଲେଜ୍ କେମିତି ଚାଲିବ। କଲେଜ୍ ନିଜର କର୍ମଚାରୀଙ୍କୁ ଦରମା କେମିତି ଦେବ। ଓକିଲ କଲେଜ୍ ଛାତ୍ରଙ୍କୁ ଫିରେ କିଛି ଛାଡ ଦେବାକୁ କଲେଜ୍ ପ୍ରଶାସନକୁ ଆଦେଶ ଦେବାକୁ ସୁପ୍ରିମକୋର୍ଟରେ ଅନୁରୋଧ କରିଥିଲେ। ହେଲେ ସର୍ବୋଚ୍ଚ ଅଦାଲତ ଏହା କହି ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି ।

କୋଭିଡ୍-୧୯ ଲକ୍‌ଡାଉନ୍ କାରଣରୁ ଉଦ୍ୟୋଗ ସେକ୍ଟରରେ ବିପୁଳ କ୍ଷତି ଘଟିଛି। କମ୍ପାନୀ ନିଜ କର୍ମଚାରୀଙ୍କ ବେତନ କାଟୁଛନ୍ତି ଏବଂ ଲକ୍ଷାଧିକ ଲୋକ ନିଜର ଚାକିରି ହରାଇ ସାରିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରଥମରୁ ହିଁ ସ୍କୁଲ ପିଲାଙ୍କ ଫି ନ ବଢାଇବାକୁ କହି ସାରିଛନ୍ତି। ବିଶେଷ କରି ଅନେକ ଅଭିଭାବକ ଲକ୍‌ଡାଉନ୍ କାରଣରୁ ନିଜର ଚାକିରି ହରାଇଛନ୍ତି।

ଏମିତି ସ୍ଥିତିରେ ସେମାନେ ଘରୋଇ କଲେଜ୍‌ରେ ପଢୁଥିବା ନିଜ ପିଲାଙ୍କ ଫି ଦେଇ ପାରୁ ନାହାନ୍ତି। ଆବେଦନରେ ଏହି ପ୍ରସଙ୍ଗ ଉପରେ ସର୍ବୋଚ୍ଚ ନ୍ୟାୟାଳୟର ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର କୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି।

Leave A Reply

Your email address will not be published.