Latest Odisha News

କାଲିଠୁ ଆରମ୍ଭ ଲକ୍ ଡାଉନ ୩: ଜାଣନ୍ତୁ ଓଡିଶାର କେଉଁ ଜିଲ୍ଲା କେଉଁ ଜୋନରେ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଦେଶର ବିଭିନ୍ନ ଜିଲ୍ଲା ଓ ଅଂଚଳକୁ କରୋନା ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ତିନିଟି ଜୋନରେ ବିଭକ୍ତ କରାଯାଇଛି ।

ସଂକ୍ରମଣ ବଢୁଥିବା କିମ୍ବା ବଢିବାର ସଂମ୍ଭାବନା ଥିବା ଜିଲ୍ଲା ବା ଅଂଚଳଗୁଡିକୁ ରେଡ୍ ଜୋନ ତାଲିକାଭୁକ୍ତ କରାଯାଇଛି । ବର୍ତ୍ତମାନ ସଂକ୍ରମଣ ନ ଥିବା ଜିଲ୍ଲା ବା ଅଂଚଳକୁ ଗ୍ରୀନ ଜୋନ ଚିହ୍ନିତ କରାଯାଇଥିବା ବେଳେ ସାମାନ୍ୟ ସମ୍ଭାବନା ଥିବା ଅଂଚଳକୁ ଅଂରେଜ ଜୋନ ତାଲିକା ଚିହ୍ନିତ କରାଯାଇଛି ।

ଓଡିଶାର ସଂକ୍ରମଣ ଆଶଙ୍କା ଥିବା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳକୁ ରେଡ୍ ଜୋନ ଭୁକ୍ତ କରାଯାଇଛି । ତେବେ ଭୁବନେଶ୍ୱର ମହାନଗର ନିଗମ ଅଂଚଳକୁ ଛାଡି ଖୋର୍ଦ୍ଧା ଜିଲ୍ଲାର ଅନ୍ୟାନ୍ୟ ଅଂଚଳକୁ ଅରେଂଜ ଜୋନ ଚିହ୍ନିତ କରାଯାଇଛି ।

ସାମାନ୍ୟ ସଂକ୍ରମଣ ସମ୍ଭାବନା ରହିଥିବା ଅରେଂଜ ଜୋନରେ ଅନ୍ୟ ଦଶଟି ଜିଲ୍ଲା ମଧ୍ୟରେ ରହିଛି ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି ଓ ଗଂଜାମ ।

ସେହିଭଳି ବର୍ତ୍ତମାନ ପାଇଁ ସୁରକ୍ଷିତ ଗ୍ରୀନ ଜୋନ ବିବେଚିତ ହୋଇଥିବା ୧୬ଟି ଜିଲ୍ଲା ମଧ୍ୟରେ ରହିଛି କଟକ, ପୁରୀ, ନୟାଗଡ, ସୋନପୁର, ନୂଆପଡା, ନବରଙ୍ଗପୁର, ମୟୂରଭଂଜ, ମାଲକାନଗିରି, କନ୍ଧମାଳ, ଜଗତସିଂହପୁର, ଗଜପତି, ସମ୍ବଲପୁର, ବୌଦ୍ଧ, ବରଗଡ ଓ ଅନୁଗୁଳ ।

ଗ୍ରୀନ ଏବଂ ଅରେଂଜ ଜୋନରେ ଦୋକାନ ଖୋଲିବା ଓ ଯାତାୟତ ନେଇ କଟକଣା କୋହଳ କରାଯାଇଥିବା ବେଳେ ରେଡ ଜୋନରେ ଏହା ବଳବତ୍ତର ରହିଛି ।

Leave A Reply

Your email address will not be published.