Latest Odisha News

BREAKING NEWS

ଲକଡାଉନ୍ ସହାୟତା: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ୫୦୦୦ ଟଙ୍କା ପ୍ରଦାନ କରିବ ମନ୍ଦିର ପ୍ରଶାସନ

ପୁରୀ: କରୋନା ଯୋଗୁଁ ସାରାଦେଶ ଲକଡାଉନ । ମନ୍ଦିର, ମସଜିଦ ସବୁଠି ତାଲା । ଏହି ଧାରାରେ ବନ୍ଦ ରହିଛି ପୁରୀର ଶ୍ରୀମନ୍ଦିର । ଶ୍ରୀଜଗନ୍ନାଥ ମନ୍ଦିର ବନ୍ଦ ଥିବା ଯୋଗୁଁ ଭକ୍ତଙ୍କ ଦାନରୁ ଚଳୁଥିବା ସେବାୟତମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପ୍ରତ୍ୟେକ ସେବାୟତ ପରିବାରକୁ ୫୦୦୦ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଶୁକ୍ରବାର ଦିନ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ଭକ୍ତମାନେ ଦେଇଥିବା ଦାନରୁ ସେବାୟତମାନେ ସେମାନଙ୍କ ପରିବାର ପରିଚାଳନା କରନ୍ତି। କିନ୍ତୁ ମନ୍ଦିର ବନ୍ଦ ଥିବାରୁ ଜୀବିକା ନିର୍ବାହ କରିବା ସେମାନଙ୍କ ପାଇଁ କଠିନ ହେଉଛି ବୋଲି ସେ କହିଛନ୍ତି।

ତେଣୁ ମନ୍ଦିରର ୨୧୩୦ ସେବାୟତ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ୧,୦୬,୫୦,୦୦୦ ଟଙ୍କା ଆବଣ୍ଟନ କରିଛି।

ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସେବାୟତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।

Comments are closed.