Latest Odisha News

BREAKING NEWS

କରୋନା ମୁକାବିଲା ଲାଗି ରାଜ୍ୟସରକାର ବିଭିନ୍ନ ବିଭାଗକୁ କଲେ ଶ୍ରେଣୀଭୁକ୍ତ

ଭୁବନେଶ୍ୱର: କୋଭିଡ-୧୯କୁ ବ୍ୟାପିବାକୁ ରୋକିବା ଲାଗି ଓଡିଶାରେ ଏକ ସପ୍ତାହେ ଧରି ଲକଡାଉନ ଚାଲିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଓଡିଶା ସରକାର ବିଭିନ୍ନ ବିଭାଗକୁ ଗୁରୁତର, ଆଂଶିକ ଗୁରୁତର ଏବଂ ଅଣ-ଗୁରୁତର ଶ୍ରେଣୀଭୁକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ମାର୍ଚ୍ଚ ୨୯ ଯାଏଁ ରାତି ୯ଟା ପର୍ଯ୍ୟନ୍ତ ରାଜ୍ୟର ୪୦ ପ୍ରତିଶତ ଭାଗ ଲକଡାଉନ ଘୋଷଣା କରିଛନ୍ତି। ଯେଉଁଥିରେ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହର ସାମିଲ ରହିଛି ।

Comments are closed.