ହାଇଦ୍ରାବାଦ: ତେଲେଙ୍ଗାନାରେ ବଢ଼ିଲା ଲକଡାଉନ୍ ଅବଧି । ମେ’ ୭ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଲକଡାଉନ୍କୁ ଅତି କଠୋର କରାଯିବ । ଆଜିଠାରୁ ତେଲେଙ୍ଗାନାରେ ଫୁଡ ଡେଲିଭରି ମୋବାଇଲ୍ ଆପ୍ଲିକେସନ୍କୁ ଅନୁମତି ମିଳିବ ନାହିଁ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୮ ଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନାର ୪ଟି ଜିଲା କରୋନା ମୁକ୍ତ ଥିବା ବେଳେ ପରିସ୍ଥିତିରେ ଆହୁରି ସୁଧାର ଆଣିବାକୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।
ତେବେ ଅନ୍ୟ ରାଜ୍ୟ ତୁଳନାରେ ତେଲେଙ୍ଗାନାର ସ୍ଥିତି ଭଲଥିବା କେସିଆର୍ କହିଛନ୍ତି। ଲକ୍ଡାଉନ ନିୟମରେ କେନ୍ଦ୍ର ସରକାର ଏପ୍ରିଲ ୨୦ରୁ ଯେଉଁସବୁ କୋହଳ ଘୋଷଣା କରିଛନ୍ତି ତାହା ତେଲେଙ୍ଗାନାରେ କାର୍ୟ୍ୟକାରୀ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସାରା ଦେଶରେ ଲକ୍ଡାଉନ ଅବଧିକୁ ମେ’୩ ପର୍ୟ୍ୟନ୍ତ ପୂର୍ବରୁ ବୃଦ୍ଧି କରିଥିଲେ। ଏବେ ତେଲେଙ୍ଗାନା ପ୍ରଥମ ରାଜ୍ୟ ଭାବେ ଏହି ଅବଧିକୁ ମେ’୭ ପର୍ୟ୍ୟନ୍ତ ବୃଦ୍ଧି କରିଛି।
BREAKING NEWS
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
- ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା
- ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ
- ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି
- Nipah Virus: ଓଡ଼ିଶାକୁ ନାହିଁ ନିପା ଭୟ, ରୋଗୀ ଚିହ୍ନଟ ହୋଇନାହାନ୍ତି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
- ଜାନୁଆରୀ ୧୭ ଯାଏଁ ଥରିବ ଓଡ଼ିଶା…
Comments are closed.