Latest Odisha News

BREAKING NEWS

ଘରୁ ବାହାରିଲେ, ଟିକ୍‌ଟକ୍ କଲେ, ଜେଲ ଗଲେ; ହେଲେ କିଏ ?

ମୁମ୍ବାଇ: ଲକ୍‌-ଡାଉନରେ ଘରେ ରହି ସମ୍ଭାଳିପାରିନଥିଲେ । ବାହାରିପଡିଥିଲେ ଟିକଟକ୍ କରିବା ପାଇଁ । ସରିଲା ଟିକଟକ୍ । ଭାଇରାଲ୍ ହେଲା ଭିଡିଓ । ହେଲେ ପରେ ଗୋଡାଇ ଗୋଡାଇ ଧରିଥିଲା ଡୋଙ୍ଗ୍ରି ପୋଲିସ ।

ଏହି ଭିଡିଓରେ ଥିବା ଦୁଇ ଯୁବକ ହେଲେ ପିଧୋନୀର ମୋହମ୍ମଦ ହସନ ୟୁସୁଫ୍ ସେଖ ଓ ଡୋଙ୍ଗ୍ରିର ଆସିଫ୍ ରାସିଦ୍ ସେଖ । ଦୁହେଁ ଲକ୍‌-ଡାଉନରେ ଘରୁ ବାହାରି ଟିକଟକ୍ ଭିଡିଓ ସୁଟ୍ କରିଥିଲେ । ହେଲେ ସେମାନଙ୍କୁ ଟିକଟକ୍ ନିଶା ନୁହେଁ ବରଂ ପୋଲିସ ବିରୋଧରେ ଭିଡିଓ ପ୍ରସ୍ତୁତ କରିବା ମହଙ୍ଗା ପଡିଛି ।

ଦୁହେଁ ମିଶି ଟିକଟକରେ ପୋଲିସକୁ ଅସମ୍ମାନିତ କରିଥିଲେ । ଶନିବାର କିଛି ଇନଫର୍ମର୍ ପୋଲିସକୁ ଏହି ଭିଡିଓ ପଠାଇବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରିଫ କରି ଭିଣ୍ଡି ବଜାରରେ ପରେଡ କରାଇବା ପରେ ଜେଲ ପଠାଇଛି ତଦନ୍ତକାରୀ ଦଳ ।

ଭିଡିଓଟି ଟିକଟକରେ ଭାଇରାଲ୍ ହେଲା ପରେ ସେମାନଙ୍କ ଆକାଉଣ୍ଟ ଆଇଡି ଲୋକେସନ୍ ଜରିଆରେ ପୋଲିସ ଠାବ କରି ଗିରଫ କରିଥିଲା ।

Leave A Reply

Your email address will not be published.