Latest Odisha News

BREAKING NEWS

ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ଗୃହରେ ଏକାଠି ହେଲେ ସବୁ ଦଳ

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ବିଧାନସଭାରେ ଏକାଠି ହୋଇଛନ୍ତି ସବୁ ଦଳ । ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ ଉଠାଇଛନ୍ତି । ପ୍ରଥମେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ । କହିଥିଲେ ୨୦୧୭ରେ ବିଧାୟକଙ୍କ ଦରମା ଶେଷ ଥର ବଢ଼ିଥିଲା ।

ଦରମା ସହ ପେନ୍‌ସନ୍ ବଢ଼ାଇବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଶାସକ ଦଳର ସଦସ୍ୟ ଅମର ଶତପଥୀ ମଧ୍ୟ ଦରମା ବୃଦ୍ଧି ଦାବି କରିଛନ୍ତି । ଏନେଇ ବିଚାର କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ୨୦୧୭ ମସିହା ସେପ୍ଟେମ୍ବର ୧୩ରେ ବିଧାୟକଙ୍କ ଦରମା ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଥିଲା ।

୨୦୧୭ରେ ବିଧାୟକଙ୍କ ଦରମା ୬୦ ହଜାର ଟଙ୍କା ଥିଲା । ଏବେ ସେମାନେ ମାସିକ ଏକ ଲକ୍ଷ ଟଙ୍କା ଦରମା ପାଉଛନ୍ତି । ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ୫୯ ହଜାର ଟଙ୍କା ପାଉଥିଲେ ଏବେ ୯୮ ହଜାର ଟଙ୍କା ପାଉଛନ୍ତି । କ୍ୟାବିନେଟ ମନ୍ତ୍ରୀ ୯୭ ହଜାର ଟଙ୍କା ଦରମା ପାଉଥିବା ବେଳେ ରାଷ୍ଟ୍ରମନ୍ତ୍ରୀଙ୍କ ଦରମା ୯୫ ହଜାର ଟଙ୍କା ଓ ବିରୋଧୀ ଦଳ ନେତାଙ୍କ ଦରମା ୯୭ ହଜାର ଟଙ୍କା ରହିଛି । ସରକାରୀ ମୁଖ୍ୟ ସଚେତକ ୯୭ ହଜାର ଟଙ୍କା ଦରମା ପାଉଛନ୍ତି ।

Leave A Reply

Your email address will not be published.