Latest Odisha News

ଅନ୍ତରୀଣ ନିର୍ଦ୍ଦେଶକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କଲେ ଓଡିଶା ହାଇକୋର୍ଟ

କଟକ: କରୋନୋଭାଇରସର ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ସଞ୍ଜୁ ପଣ୍ଡାଙ୍କ ଏକକ ବେଞ୍ଚ ଏବଂ ଏକ ଡିଭିଜନ୍ ବେଞ୍ଚ ଆସନ୍ତା ୧୫ ତାରିଖ ଯାଏଁ ସମସ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ବୃଦ୍ଧି କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ପଣ୍ଡା ଏବଂ କେ.ଆର ମହାପାତ୍ରଙ୍କ ଡିଭିଜନ ବେଞ୍ଚ ଭିଡିଓ କନଫରେନ୍ସିଂ ଜରିଆରେ ଜରୁରୀ ମାମଲାର ଶୁଣାଣି ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ବେଞ୍ଚ ସମସ୍ତ ଇ-ନିଲାମ ଏବଂ ନିଲାମକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ସମୟ ମଧ୍ୟରେ ଆୟୋଜିତ ହେବାକୁ ଥିବା ଇ-ନିଲାମ ବିକ୍ରୟ ବିଜ୍ଞପ୍ତିଗୁଡିକ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ କହିଛନ୍ତି ।

ଏହାବ୍ୟତୀତ ହାଇକୋର୍ଟ ରେଜିଷ୍ଟ୍ରି ଦ୍ୱାରା ଜାରି ଦୁଇଟି ବିଜ୍ଞପ୍ତିରେ କୁହାଯାଇଛି, କୋର୍ଟ ଏବଂ ଏହାର କାର୍ଯ୍ୟାଳୟ ତଥା ଅଧିନସ୍ଥ ଅଦାଲତ ସେମାନଙ୍କ ଅଫିସ କାର୍ଯ୍ୟ ଏପ୍ରିଲ୍ ୧୫ ପର‌୍ୟ୍ୟନ୍ତ ସ୍ଥଗିତ ରହିବ। ଏଥିସହିତ ଅତ୍ୟନ୍ତ ଜରୁରୀ ମାମାଲାଗୁଡିକୁ ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ହାଇକୋର୍ଟ ଅଫିସ ଇ-ମେଲ୍ ଜାରିଆରେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ୍) ନିକଟରେ ଆଗତ କରିବାକୁ ପଡିବ ।

Leave A Reply

Your email address will not be published.