Latest Odisha News

BREAKING NEWS

ଲକଡ଼ାଉନ୍ ସମୟରେ ପୂର୍ବତଟ ରେଳବାଇ ପକ୍ଷରୁ ରେଳପଥର ରକ୍ଷଣାବେକ୍ଷଣା କାର୍ଯ୍ୟ ସମ୍ପାଦିତ

ଭୁବନେଶ୍ୱର: ଲକଡ଼ାଉନ୍ ସମୟରେ ଅଟକି ରହିଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବା ନିମନ୍ତେ ଶ୍ରମିକ ସ୍ପେଶାଲ ଟ୍ରେନ୍ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ବ୍ୟତୀତ ନିୟମିତ ଯାତ୍ରୀ ଟ୍ରେନ୍ ଗୁଡ଼ିକର ଚଳାଚଳକୁ ବନ୍ଦ ରଖାଯାଇଥିଲା । ଏହି ଲକଡ଼ାଉନ୍ ସମୟରେ ରେଳପଥ ଭିିତ୍ତିଭୂମିର ଉନ୍ନତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦିତ କରିଥିଲା ପୂର୍ବତଟ ରେଳବାଇ ।

ଏହାଛଡା ଏ‌ହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କାର୍ଯ୍ୟରେ ବାଧା ନ ଉପୁଯିବା ପାଇଁ ମାଲ୍‌ବାହୀ ଓ ପାର୍ସଲ ଟ୍ରେନ୍ ଗୁଡ଼ିକର ଚଳାଚଳ ଜାରୀ ରହିଥିଲା।

ଏହି ଲକ୍‌ଡ଼ାଉନ୍ ଅବଧିକୁ ଏକ ସୁଯୋଗ ରୂପେ ଗ୍ରହଣ କରି ପୂର୍ବ ତଟ ରେଳପଥ ରେଳ ସେବାକୁ ପ୍ରଭାବିତ ନ କରି ଅନେକ ଗୁଡ଼ିଏ ନିରାପତ୍ତା ଓ ଯାତ୍ରୀ ସୁବିଧା କାର୍ଯ୍ୟମାନ କରିଥିଲା ।

ଏପରିକି ଏହି ସମୟାବଧି ମଧ୍ୟରେ ବିକଳ୍ପ ମାର୍ଗର ବ୍ୟବସ୍ଥା ସହିତ ତିନୋଟି ପ୍ରହରୀଯୁକ୍ତ ରେଳ ଫାଟକକୁ ବନ୍ଦ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ୧୮ ଟି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ମାନଙ୍କର ନିର୍ମାଣ ସମ୍ପୁର୍ଣ୍ଣ କରାଯାଇଥିଲା ।

ଭଦ୍ରକ-ଖୋର୍ଦ୍ଧା ରୋଡ଼ ରେଲ୍‌ୱେ ସେକ୍ସନରେ ରୋଡ଼୍ ଓଭର୍ ବ୍ରିଜ୍‌ରେ ୩୬ ମିଟର ଲମ୍ବାର ୫ ଟି ଗାର୍ଡ଼ର ସ୍ଥାପନା କରାଯାଇଥିଲା ।

ଏହା ବ୍ୟତୀତ ୧୬୭ କି.ମି. ରେଳ, ୭.୫ କି.ମି. ସ୍ଲିପର୍‌, ୩୫୬ ସଂଖ୍ୟକ ଗ୍ଲୁଡ଼୍ ଜଏ୍‌ର ନବୀକରଣ, ୪୯ ଟି ପୋଲର ପୁନଃନିର୍ମାଣ ଓ ୨୫୫୭ ଟି ୱାଗନ୍‌ର ମରାମତି କାର୍ଯ୍ୟ କରାଯାଇଛି । ଶାଳଗାଁ – ରାଜଆଠଗଡ଼ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଚାରବାଟିଆ ଏବଂ ଗୁରୁଡ଼ିଝାଟିଆ ଷ୍ଟେସନ ଠାରେ, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍ ସମ୍ବନ୍ଧୀୟ କାର‌୍ୟ୍ୟ ପାଇଁ କପିଳାସ ରୋଡ଼ ଠାରେ, ଏବଂ ସମ୍ବଲପୁର – ତାଳଚେର ଦୋହରୀକରଣ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ତାଳଚେର ରୋଡ଼ ଷ୍ଟେସନ ଠାରେ ଫୁଟ୍ ଓଭର ବ୍ରିଜ୍ ଗାର୍ଡ଼ର ଗୁଡ଼ିକର ସ୍ଥାପନା କରାଯାଇଛି ।

୬୫୭ଟି ବଡ଼ ଓଭର୍ ହେଡ଼୍ ଉପକରଣ (ଓଏଚ୍‌ଇ) ଅନୁସୂଚିତ କାର୍ଯ୍ୟ ଓ ୨୯୮ଟି ସ୍ଥାନରେ ଟ୍ରାକ୍ ସର୍କିଟ୍ ରକ୍ଷଣାବେକ୍ଷଣ କାର୍ଯ୍ୟ କୁ ମିଶାଇ କୋଟାଭାଲସା – କୋରାପୁଟ୍ – କିରଣ୍ଡୁଲ (କେକେ) ଲାଇନ୍‌ରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ନନ୍‌-ଇରଲକିଂ ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକର ପ୍ରସ୍ତୁତି କାମ ସମ୍ପୁର୍ଣ୍ଣ ହୋଇଛି । କେକେ ଲାଇନ୍‌ରେ ଦୋହରୀକରଣ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ୩୨୫୦୦ ଘନ ମିଟରର ପଥର ବ୍ଲାଷ୍ଟିଙ୍ଗ୍  ହୋଇଯାଇଛି ।

ଏହି ସବୁ ବାକିଥିବା କାର୍ଯ୍ୟର ସମ୍ପାଦନ ଅଧିକ ନିରାପତ୍ତା ସହିତ ଟ୍ରେନ୍ ଯାତାୟାତ ବୃଦ୍ଧି କରିବା ପାଇଁ ସହାୟକ ହେବ । ଅନ୍ୟ ସମୟ ହୋଇଥିଲେ ଏହିପରିକାର୍ଯ୍ୟ ଗୁଡ଼ିକୁ ସମ୍ପାଦନ କରିବା ନିମନ୍ତେ ରେଳ ଯାତାୟାତକୁ ଅନେକ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡ଼ିଥାଆନ୍ତା ।

ଏହି ଲକ୍‌ଡ଼ାଉନ୍ ସମୟାବଧିରେ ଯାତ୍ରୀ ସୁବିଧା କ୍ଷେତ୍ରରେ ମଧ୍ୟ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକର ସମ୍ପାଦନ କରାଯାଇପାରିଛି । ୬ ଟି ଷ୍ଟେସନରେ ଫୁଟ୍ ଓଭର ବ୍ରିଜ୍‌, ୪ଟି ଷ୍ଟେସନରେ ଲିଫ୍ଟ୍‌, ୮ ଟି ଷ୍ଟେସନରେ ଦିବ୍ୟାଙ୍ଗଜନକ ନିମନ୍ତେ ଶୌଚାଳୟ, ୮ ଟି ଷ୍ଟେସନରେ ପ୍ଲାଟ୍‌ଫର୍ମ ଉଚ୍ଚା କରିବା କାର୍ଯ୍ୟ ୬ଟି ଷ୍ଟେସନରେ ଅତିରିକ୍ତ ପ୍ଲାଟ୍‌ଫର୍ମ ସେଡ଼୍‌ର ବ୍ୟବସ୍ଥା ସହିତ ବିଭିନ୍ନ ଷ୍ଟେସନରେ ୫୩୪ ଟି ଷ୍ଟେନ୍‌ଲେସ୍ ଷ୍ଟିଲ୍ ବେ୍‌ର ବ୍ୟବସ୍ଥା ଏବଂ ୨ ଟି ଷ୍ଟେସନକୁ ଉନ୍ନତ କରାଯାଇ ଆଦର୍ଶ ଷ୍ଟେସନ ରୂପେ ପରିଣତ କରାଯାଇପାରିଛି । ଏହି ସମୟ ମଧ୍ୟରେ ୧୦ ଟି ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଷ୍ଟେସନ ପରିକ୍ଷେତ୍ର ଓ ପ୍ରତିକ୍ଷା ହଲ୍ ଗୁଡ଼ିକର ଉନ୍ନତିକରଣ କରାଯାଇପାରିଛି ।

ଏହା ବ୍ୟତୀତ ବିଦ୍ୟୁତ୍‌, ଯାନ୍ତ୍ରୀକ, ସଙ୍କେତ ଓ ଦୁରସଂଚାର ସମ୍ବନ୍ଧୀୟ ଆହୁରି ଅନେକ ନିରାପତ୍ତା ଓ ରକ୍ଷଣାବେକ୍ଷଣ କାର୍ଯ୍ୟମାନ ହାତକୁ ନିଆଯାଇଥିଲା । ରେଳ ଯାତ୍ରା ଆସନ୍ତା ଦିନ ମାନଙ୍କରେ ଅଧିକ ନିରାପଦ ଓ ଆରମ ଦାୟକ ହୋଇପାରିବ ଏବଂ ପୂର୍ବ ତଟ ରେଳପଥ ଏହାର ଗ୍ରାହକ ଓ ଯାତ୍ରୀମାନଙ୍କର ସର୍ବାଧିକ ସନ୍ତୁଷ୍ଟି ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.