ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ପକ୍ଷରୁ ଆୟୋଜିତ ଲକ୍ ଡାଉନ ରେସିପିର ବିଜେତା ଜୁନ ୧୦ରେ ଘୋଷଣା କରାଯିବ। ବିଜେତାଙ୍କୁ ପୂର୍ବ ଭାରତର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ ଲାଲଚାନ୍ଦ ପକ୍ଷରୁ ଡାଇମଣ୍ଡ ଲକେଟ୍ ପ୍ରଦାନ କରାଯିବ ।
ଏପ୍ରିଲ ଶେଷ ସପ୍ତାହରେ ଆରମ୍ଭ ହୋଇଥିଲା ଲକ୍ ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ତଥା ଦେଶ ବାହାରର ବହୁ ପ୍ରତିଯୋଗୀ ଭାଗ ନେଇଥିଲେ । ପିଠଉ ମାଛଭଜାରୁ ଆରମ୍ଭ କରି ଚିକେନ ବେସର ଟିକା, ଚନ୍ଦ୍ରକାନ୍ତି ପିଠାରୁ ମହାନିକା, ଚିକେନ ଡାକ ବଙ୍ଗ୍ଲୋରୁ ଚିଙ୍ଗୁଡିପୁର ମଣ୍ଡାପିଠା ସବୁ ସ୍ଥାନ ପାଇଥିଲା ଏଥିରେ ।
ଆମେ ଏସବୁକୁ ଆମର ୟୁଟ୍ୟୁବ୍, ଫେସବୁକ୍, ଟ୍ୱିଟର ଓ ଅନ୍ୟ ସୋସିଆଲ ମିଡିଆରେ ସ୍ଥାନ ଦେଇଛୁ । ଏଥିରୁ ପ୍ରତିଯୋଗୀଙ୍କୁ ମିଳିଥିବା ଭିଉଜ୍ ଓ ଲାଇକସ୍ ସହ ରେସିପିର ଅନନ୍ୟ ରୂପ, ଭିନ୍ନ ପ୍ରସ୍ତୁତି ପ୍ରଣାଳୀ, ସୁନ୍ଦର ଉପସ୍ଥାପନା ଓ ସଂଯୋଜନାକୁ ନଜରରେ ରଖି ବିଚାରକ ଯାହାକୁ ଚୟନ କରିବେ ସେ ହିଁ ହେବେ ଏହାର ବିଜେତା ।
Comments are closed.