Latest Odisha News

BREAKING NEWS

ସୁଦର୍ଶନ ପଟ୍ଟନାୟକଙ୍କ କରୋନା ସଚେତନତା ବାଲୁକାକଳାକୁ WHO, ଜାତିସଙ୍ଘର ପ୍ରଂଶସା

ଭୁବନେଶ୍ୱର: କରୋନା ଲକଡାଉନ ମଧ୍ୟରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ଉପଦେଶ ଦେଉଥିବା ବାଲୁକାକଳାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଓ ଜାତିସଙ୍ଘ ପ୍ରଂଶସା କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି ।

ପୂର୍ବରୁ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକାକଳା ଫଟୋକୁ ଟ୍ୱିଟ କରି ଲେଖିଥିଲେ, “ଲକଡାଉନ ସମୟରେ ମୋ ବାଲୁକାକଳା ମାଧ୍ୟମରେ ବିନମ୍ର ଅପିଲ, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଓ ସରକାରଙ୍କୁ ସହଯୋଗ କରନ୍ତୁ । ନିଜ ଜୀବନ ଓ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜକୁ ଲକ୍ କରନ୍ତୁ ।”

ଓଡିଶାର ଜନ୍ମିତ କଳାକାର ସୁଦର୍ଶନ ପଟ୍ଟନାୟକଙ୍କ ପ୍ରଂଶସା କରି ଜାତିସଙ୍ଘ ବାଲୁକାକଳା ଫଟୋକୁ ରିଟ୍ୱିଟ କରି ଲେଖିଛି, “କୋଭିଡ-୧୯ ମହାମାରୀ ମଧ୍ୟରେ ସାରା ଦୁନିଆର ଲୋକ ପରସ୍ପରକୁ ସାହାଯ୍ୟ କରିବା ପାଇଁ ସମର୍ଥନ ଓ ସଂହିତାର ପ୍ରଦର୍ଶନ କରୁଛନ୍ତି । ଟ୍ୱିଟରରେ ଦୟାର କିଛି କାର୍ଯ୍ୟ ଦେଖନ୍ତୁ ।”

ନିଜ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଏଡହୋମ ଘେବ୍ରେୟେସସ ମଧ୍ୟ ସୁଦର୍ଶନଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, “କଳା ଦୁନିଆକୁ ଶକ୍ତିଶାଳୀ ସଂଦେଶ ପଠାଇବା ପାଇଁ ଏକ ଶକ୍ତିଶାଳୀ ଉପକରଣ ଅଟେ । କୋଭିଡ-୧୯ ବିରୁଦ୍ଧରେ ସବୁଠାରୁ ସୁନ୍ଦର ବାର୍ତ୍ତା ହୋଇଥିବାରୁ ସୁଦର୍ଶନ ପଟ୍ଟନାୟକ ତୁମକୁ ଧନ୍ୟବାଦ ।”

Leave A Reply

Your email address will not be published.