ଭୁବନେଶ୍ୱର: କରୋନାକୁ କରନି କୁଣିଆ । ବେଳ ଥାଉ ସଜାଗ ହୁଅ । ସଚେତନ ରୁହ । ସରକାର ୨୧ ଦିନର ତାଲା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଅଯଥାରେ ଘରୁ ବାହାରି କରୋନା ଭୂତାଣୁକୁ କୁଣିଆ କରି ଘରକୁ ଡାକନ୍ତୁ ନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।
ବର୍ତ୍ତମାନ ଦେଶ ଦ୍ୱିତୀୟ ପର୍ଯ୍ୟାୟରେ ଅଛି । ତୃତୀୟ ପର୍ୟ୍ୟାୟରେ ପହଞ୍ଚିବା ପୂର୍ବରୁ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। କାରଣ ତୃତୀୟ ପର୍ୟ୍ୟାୟରୁ ୪ର୍ଥ ପର୍ୟ୍ୟାୟରେ ପହଞ୍ଚିବା ବଡ଼ କଥା ନୁହେଁ। ଯଦି ଭାରତରେ କରୋନା ଭାଇରସ ୪ର୍ଥ ପର୍ୟ୍ୟାୟରେ ପହଞ୍ଚି ଯାଏ,ତେବେ ପରିସ୍ଥିତି ଅଣାୟତ୍ତ ହୋଇଯିବ । ତେଣୁ ଏବେ ସତର୍କତାର ସହିତ ଆମକୁ ବଞ୍ଚିବାର ଅଛି ବୋଲି ସେ ପରାମର୍ଶ ଦେଇଛନ୍ତି।
ବାଗଚୀ କହିଛନ୍ତି, ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ଲକ୍ଡାଉନ ରହିବା, ସଂକ୍ରମଣ ଆଶଙ୍କା ହେଲେ ୧୦୪କୁ ଫୋନ୍ କରିବା। ସେମାନେ ନିଷ୍ପତ୍ତି ନେବେ ଆପଣଙ୍କ ଚିକିତ୍ସା ପାଇଁ କ’ଣ କରାଯିବ। କରୋନା ହସ୍ପିଟାଲ ବିପଦଜନକ ମୁକାବିଲା ପାଇଁ କାମ କରିବ। ଜରୁରୀ ନହେଲେ ୨ରୁ ୩ ସପ୍ତାହ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ ବୋଲି ବାଗଚୀ କହିଛନ୍ତି ।
BREAKING NEWS
- ରାୟଗଡ଼ାର ବିଦ୍ୟାଳୟରେ ଜଣ୍ଡିସ୍ ଆକ୍ରାନ୍ତ, ୨୦ ଛାତ୍ରୀ ଅସୁସ୍ଥ
- ପରୀକ୍ଷାରେ ChatGPTର ବ୍ୟବହାର, ଧରାପଡି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍ରେ ବିକ୍ଷୋଭ
- ନାଇଜର ହଷ୍ଟେଲ୍ ଛାତରୁ ପଡି ଛାତ୍ର ମୃତ
- WB By-polls: ଉପନିର୍ବାଚନ ପୂର୍ବରୁ ସାୟୋନୀଙ୍କ ବଡ ବୟାନ! ବଢ଼ିଲା ରାଜନୈତିକ ତାତି…
- Dengue Vaccine: ଡେଙ୍ଗୁକୁ ଟକ୍କର ଦେବ ଟିକା! ଭାରତକୁ ଆସୁଛି QDENGA, ଜାଣନ୍ତୁ କେତେ ପ୍ରଭାବୀ…
- ପିଲାଙ୍କ ପାଇଁ ବିପଦ କୁକୁର, ୬ ମାସର ଶିଶୁକୁ ଝୁଣି ପକାଇଲା ପିଟବୁଲ୍…
- ବିନା ଅନୁମତିରେ ଗଛ କାଟ୍ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ
- ମିଡ୍- ଡେ ମିଲରେ ଚିକେନ୍ ବିରିଆନୀ: ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନିଆଁରେ ପୋଡ଼ି ହୋଇ ୫ ଶିଶୁ ଗୁରୁତର
- ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ

Comments are closed.