Latest Odisha News

BREAKING NEWS

ଲୁପ ଲାଇନରେ କାହିଁକି ଯାଇଥିଲା କରମଣ୍ଡଳ ? ବୟାନ ଦେଲେ ଲୋକୋ ପାଇଲଟ

ବାଲେଶ୍ୱର:କେମିତି ଘଟିଲା  ବାହାନଗା ରେଳ ଦୁର୍ଘଟଣା ? କାହିଁକି ଘଟିଲା ? ସାମ୍ନାକୁ ଆସିବ ପ୍ରକୃତ ଘଟଣା । ଏବେ ସୁସ୍ଥ ହେଉଛନ୍ତି    ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରା । ସେମାନଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍‌ ତାଙ୍କ ପ୍ରିଲିମିନାରୀ ବୟାନ ରେକର୍ଡ କରିଛନ୍ତି । ତାଙ୍କର ଚିକିତ୍ସା ଭୁବନେଶ୍ୱର ଏମସ୍‌ରେ ଚାଲିଛି। ସେମାନଙ୍କ ଅବସ୍ଥା ଏବେ ସ୍ଥିର ଅଛି । ସୁସ୍ଥ ହେଲେ ସେମାନଙ୍କର ବୟାନ ପୁଣି ରେକର୍ଡ କରାଯିବ ।

BjdElectrycity

ପ୍ରାଥମିକ ବୟାନ ଦେଇ କରମଣ୍ଡଳ ଏକ୍ସପ୍ରେସ ଲୋକ ପାଇଲଟ ଗୁଣନିଧି ମହାନ୍ତି କହିଛନ୍ତି, ଲୁପ ଲାଇନ ପାଇଁ ସିଗନାଲ ଥିଲା । ତେଣୁ ସିଗନାଲ ପାଇବା ପରେ ଲୁପ ଲାଇନରେ ହିଁ ଯାଇଥିଲା କରମଣ୍ଡଳ । ଆଉ ତା ପରେ ଘଟିଥିଲା ଏପରି ଭୟାବହ ଦୁର୍ଘଟଣା ।

ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଖୁବ ଶୀଘ୍ର ଡିସଚାର୍ଜ ହୋଇ ପାରନ୍ତି । ତେବେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରାଙ୍କ ମୁଣ୍ଡରେ ଆଘାତ ଲାଗିିଛି ଏବଂ ମୁଣ୍ଡରେ ଅସ୍ତ୍ରୋପଚାର କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ସେମାନେ ସୁସ୍ଥ ହେବା ପରେ ପୁଣି ବୟାନ ରେକର୍ଡ ହେବ ।

ସୂଚନାଥାଉ କି,  ଟ୍ରେନ ଟ୍ରାଜେଡିର କାରଣ ଖୋଜା ଚାଲିଛି । ଗ୍ରାଉଣ୍ଡରେ ରେଲେଓ୍ଵ ସେଫ୍‌ଟି କମିଶନର ପହଞ୍ଚି  କେମିତି ଓ କେଉଁ ପରିସ୍ଥିତିରେ ଏତେ ବ଼ଡ଼ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରୁନ୍ତି । ଏପରିକି ଏହା ମନୁଷ୍ୟକୃତ ତ୍ରୁଟି ନା ବୈଷୟିକ ତ୍ରୁଟି ସେ ଦିଗକୁ ନେଇ ମଧ୍ୟ ଖୋଳତାଡା ଚାଲିଛି ।  ଅନ୍ୟପକ୍ଷେ ଦୋଷୀଙ୍କୁ କଡାରୁ କଡା ଦଣ୍ଡ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.