Latest Odisha News

ଦୁର୍ବଳ ହେଉଛନ୍ତି ପଙ୍ଗପାଳ, ଗତିବିଧି ଉପରେ କରାଯାଉଛି ମନିଟରିଂ

ଭୁବନେଶ୍ୱର: ଦୁର୍ବଳ ହେଉଛି ପଙ୍ଗପାଳର ଗତି । ଓଡିଶା ଆସିବେ କି ନାହିଁ ତାହା ଆସନ୍ତା ୪ରୁ ୫ ଦିନ ଭିତରେ ଜଣାପଡିବ । ପଙ୍ଗପାଳ ଦଳର ଗତିବିଧି ଉପରେ ମନିଟରିଂ କରାଯାଉଥିବା ନେଇ କହିଛନ୍ତି କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାର ।

ବର୍ତ୍ତମାନ ମଧ୍ୟପ୍ରଦେଶର ସାଦେନା ଓ ପଂହା ଜିଲ୍ଲାରେ ପଙ୍ଗପାଳ ଅଛନ୍ତି । ସେଠାରେ ପଙ୍ଗପାଳ ଦଳର ଗତି ଦୁର୍ବଳ ହେଉଛି । ତେଣୁ ଓଡିଶା ଆସିବେ ନା ନାହିଁ ତାହା ଅସନ୍ତା ୪ରୁ ୫ ଦିନ ଭିତରେ ଜଣାପଡିବ ।

ଅନ୍ୟପଟେ ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ, ଜାତିସଂଘର ରିପୋର୍ଟ ଅନୁସାରେ ଓଡିଶାକୁ ଜୁଲାଇରେ ନୂଆ ପଙ୍ଗପାଳ ଦଳ ଆସିପାରନ୍ତି । ତେଣୁ କେନ୍ଦ୍ର ସରକାର ଯାହା ମାର୍ଗଦର୍ଶିକା ଦେବେ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କୃଷି ନିର୍ଦ୍ଦେଶକ କହିଛନ୍ତି ।

Comments are closed.