Latest Odisha News

ଶୁଭାରମ୍ଭ ହେଲା ଲୋକ ମହୋତ୍ସବ ମଣ୍ଡେଇ-୨୦୨୩

ନବରଙ୍ଗପୁର:  ମଣ୍ଡେଇ ଲୋକ ମହୋତ୍ସବକୁ ନେଇ ନବରଙ୍ଗପୁର ଜିଲ୍ଲା ଚଳଚଞ୍ଚଳ । ଗୋଟିଏ ମଞ୍ଚରେ କଳା ଓ ସଂସ୍କୃତିର ପ୍ରଦର୍ଶନ କରାଇ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ କରିବା ଉଦ୍ଦେଶ୍ୟ ନେଇ ପ୍ରତ୍ୟେକ ବର୍ଷ ନବରଙ୍ଗପୁରରେ ମଣ୍ଡେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ଏହାକୁ ମହାଆଡମ୍ବରରେ ପାଳନ କରାଯାଉଥିବାବେଳେ ପଲିଶ୍ରୀ ମେଳା ମିନା ବଜାର ଖାଦ୍ୟପେୟର ଅସାର ଲୋକଙ୍କୁ ଅଧିକ ଆକର୍ଷିତ କରିଛି ।

ଆରମ୍ଭ ହୋଇଛି ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ । କଳା ଓ ସଂସ୍କୃତି ମାଧ୍ୟମରେ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣର ଏହି ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଉଛି । ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମାଁଙ୍କ ଆଜ୍ଞାମାଳ ନେଇ ଆରମ୍ଭ ହୋଇଛି ମଣ୍ଡେଇ ମହୋତ୍ସବ । ପାରମ୍ପରିକ ବାଦ୍ୟ, ସଙ୍ଗୀତ ଓ ସ୍ଥାନୀୟ ଆଦିବାସୀ କଳାକାରମାନଙ୍କ ପାରମ୍ପରିକ ନୃତ୍ୟର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରା ମଣ୍ଡେଇ ପଡ଼ିଆରେ ପହଞ୍ଚିଥିଲା । ସେଠାରେ ମଣ୍ଡେଇର ପ୍ରତୀକ ଭିମା ଭିମାଣୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପୂଜା ପରେ ଆରମ୍ଭ ହୋଇଥିଲା ମଣ୍ଡେଇ । ଆସନ୍ତା ୧୪ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ହେବା ଆଶା କରାଯାଉଛି ।

ମଣ୍ଡେଇ ମଞ୍ଚରେ ପାଞ୍ଚ ଦିନ ଧରି ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜ କଳା ପ୍ରଦର୍ଶନ କରିବେ । ପ୍ରଥମ ଦିବସ ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶୀ, ମୟୁରଭଞ୍ଜର ଛଉ, ଆସାମର ବିହୁ, ସମ୍ବଲପୁରର ଡାଲଖାଇ, ବଲାଙ୍ଗୀରର ଢାପ, ପଞ୍ଜାବର ଭାଙ୍ଗଡା, ଏହା ସହିତ  ନବରଙ୍ଗପୁରର ସ୍ଥାନୀୟ କଳାକାର ଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ  ପ୍ରମୁଖ କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ତେବେ ଏହି ମଣ୍ଡେଇ ମହୋତ୍ସବର ଅନ୍ୟତମ ଆକର୍ଷଣ ହେଲା ପଲ୍ଲୀଶ୍ରୀ ମେଳା । ଚଳିତ ବର୍ଷ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳାରେ ୩୮୦ଟି ଷ୍ଟଲ ନିର୍ମାଣ କରାଯାଇଛି । ସେଭଳି ସରକାରୀ ସଂସ୍ଥା ଗୁଡିକ ପକ୍ଷରୁ ଯୋଜନା ଗୁଡ଼ିକର ପ୍ରଦର୍ଶନୀ କରାଯାଇ ଲୋକଙ୍କୁ ଅବଗତ କରାଯାଉଛି । ଏହାସହ ଲୋକଙ୍କୁ ଅଧିକ ଆକର୍ଷଣ କରିବା ପାଇଁ ବିଭିନ୍ନ ଫୁଡ଼ ଷ୍ଟଲ ଓ ମିନାବଜାରର ଆୟୋଜନ କରାଯାଇଛି । ଏହି ପାଞ୍ଚ ଦିନ ଧରି ଦର୍ଶକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜ୍ଜା ଉଠାଇବା ସହ ପଲିଶ୍ରୀ ମେଳାରେ ନିଜ ମନ ପସନ୍ଦର ଘରକରଣା ଜିନିଷ କିଣି ଖାଦ୍ୟପେୟର ଭରପୂର ଫାଇଦା ନେବେ ବୋଲି ପ୍ରଶାସନ ଅଶା ରଖିଛି ।

Leave A Reply

Your email address will not be published.