Latest Odisha News

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ: ୫ ଟି ଟ୍ରେନର ଗତିପଥ ପରିବର୍ତ୍ତନ

ଭୁବନେଶ୍ୱର: ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ (୧୨୮୭୯) ର ୮ଟି ବଗି କଟକ ନିର୍ଗୁଣ୍ଡି ଷ୍ଟେସନସ୍ଥିତ ଶାଳଗାଁ ନିକଟରେ ଲାଇନଚ୍ୟୁତ ହୋଇଛି ।

ଏହି ଦୁର୍ଘଟଣା ଯୋଗୁଁ ୫ଟି ଟ୍ରେନର ଗତିପଥ ପରିବର୍ତ୍ତନ କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ ।

ଗତିପଥ ବଦଳିଥିବା ଟ୍ରେନ ଗୁଡିକ ହେଉଛି ପୁରୀ-ରାଉରକେଲା ପାସେଞ୍ଜର, ଦୁର୍ଗ-ପୁରୀ ଏକ୍ସପ୍ରେସ, ଧାନବାଦ-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସ, ତାଳଚେର-ପୁରୀ ମେମୁ ଏବଂ ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ । ଏହି ସମସ୍ତ ଟ୍ରେନ ଗୁଡିକ ନରାଜ ଦେଇ ଗତି କରିବ ବୋଲି ରେଳ କତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ସକାଳ ୭ଟା ସମୟରେ ଟ୍ରେନଟିର ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଛି ।

ଲାଇନଚ୍ୟୁତ ହେବା ଫଳରେ ପ୍ରାୟ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ନିମନ୍ତେ ରେଳବାଇ ପକ୍ଷରୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତ ଥିବା ବେଳେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇଛି ।

ସ୍ଥାନୀୟ ଲୋକ ତଥା ଗ୍ରାମବାସୀଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ତୁରନ୍ତ ସହାୟତା ନିମନ୍ତେ ରେଳ ବିଭାଗ ପକ୍ଷରୁ ସେମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.