Latest Odisha News

BREAKING NEWS

ମକର ସଂକ୍ରାନ୍ତି ଅବସରରେ ଆରଡି ପୀଠରେ ୪୦ ହଜାର ଭକ୍ତଙ୍କ ସମାଗମ !

ଭଦ୍ରକ: ପବିତ୍ର ମକର ସଂକ୍ରାନ୍ତି ପାଇଁ ପ୍ରସିଦ୍ଧ ଶୈବକ୍ଷତ୍ର ଆରଡିଧାମ ହୋଇ ଉଠିଥିଲା ଚଳଚଞ୍ଚଳ । ଏହି ଅବସରରେ ମଣିବାବଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ହଜାର ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ । ଏପରିକି ପବିତ୍ର ମକର ସଂକ୍ରାନ୍ତିରେ ମନ୍ଦିରରେ ଶହଶହ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ମଣିବାବାଙ୍କୁ ପୋଡପିଠା ଓ ନୂଆ ମକର ଚାଉଳ ଲାଗି କରାଯାଇଥିଲା । ଏହି ଦିନ ମଣିବାବାଙ୍କ ଦର୍ଶନ ଓ ମକର ଭୋଗ ପାଇଲେ ବହୁ ପୂର୍ଣ୍ଣ ମିଳିଥାଏ ଭକ୍ତମାନଙ୍କର ବିଶ୍ୱାସ ରହିଛି ।

ଏହି ମକରନୀତି ଅବସରରେ ମନ୍ଦିରର ଦୈନଦିନ ରୀତିନୀତିର ସାମନ୍ୟ ପରିବର୍ତନ କରାଯାଇଥିଲା । ବୁଧବାର ଭୋର ୪ଟାରେ ପହଡ ଖୋଲିବା ପରେ ମନ୍ଦିର ମାର୍ଜନା କରାଯାଇ ମଙ୍ଗଳଆଳତୀ, ମହାସ୍ନାନଜଳାଭିଷେକ, ଘର୍ଷଣଲାଗି କରାଯିବା ପରେ ମଣିବାବାଙ୍କୁ ଫୁଲ, ଚନ୍ଦନ, ବେଲପତ୍ର ଓ ନବବସ୍ତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ।

ପରେ ମକର ନୀତି ନିମନ୍ତେ ମନ୍ଦିରର ସେବାୟତମାନଙ୍କ ପକ୍ଷରୁ ନୂଆ ଅରୁଆଚାଉଳ, ନବାତ, ବିଭିନ୍ନଫଳମୂଳରେ ପ୍ରସ୍ତୁତ ମକର ଚାଉଳ ଓ ପୋଡପିଠା ଲାଗି କରାଯାଇଥିଲା । ସକାଳ ୫ଟା ଠାରୁ ଦିବା ୧ଟା ପର୍ଯ୍ୟନ୍ତ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନେ ଦର୍ଶନ କରିବା ସହିତ ମାନସିକ ସ୍ୱରୂପ ମକରଭୋଗ, ଘର୍ଷଣ ଓ ଜଳାଭିଷକ କରିଥିଲେ ।

ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଥିବାବେଳେ ଆରଡି ଫାଣ୍ଡି ଓ ଧୁଷୁରୀ ଥାନା ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଦିବା ୧ଟାରେ ମଣିବାବାଙ୍କୁ ଯୋଗୀ ବେଶରେ ସଜ୍ଜିତ କରାଯାଇ ବଡନୀତିଭୋଗ ଲାଗି କରାଯିବା ସହ ଏକଘଂଟା ଶୟନ(ଅବକାଶ) ନୀତି କରାଯାଇଥିଲା ।

ଅପରାହ୍ଣ ୪ଟାରେ ଚନ୍ଦନ, ଫୁଲ ଓ ବିଭିନ୍ନ ଅଳଙ୍କାର ଲାଗି କରାଯାଇ ବଡସିଂହାର ବେଶ କରାଯାଇଥିଲା ।

ଜଳପଥରେ ଆସୁଥିବା ଅଗଣିତ ଭକ୍ତମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ନଦୀ ପାରି ହେବା ପାଇଁ ଅଧିକ ସଂଖ୍ୟକ ମଟର ଚାଳିତ ଡଙ୍ଗା ନିୟୋଜିତ କରାଯାଇଥଲା ।

ଏପଟେ ସ୍ଥଳପଥରେ ଭକ୍ତଙ୍କ ଶୃଙ୍ଖଳିତ ଯାତାୟତ ନିମନ୍ତେ ପେଟ୍ରୋଲିଂ ବ୍ୟବସ୍ଥା ସହ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଥିବା ଆରଡି ଫାଣ୍ଡି ।ଧିକାରୀ ପ୍ରଦିପ ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.