Latest Odisha News

ଏଥର ଦିଲ୍ଲୀରେ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା, ପାରିତ ହେଲା ବିଧେୟକ

ନୂଆଦିଲ୍ଲୀ: ଦିଲ୍ଲୀରେ ଉପରାଜ୍ୟପାଳଙ୍କୁ ଏଥର ମିଳିବ ପୂର୍ବାପେକ୍ଷା ଅଧିକ କ୍ଷମତା । ଏ ନେଇ ଲୋକସଭାବେ ବିଧେୟକ ପାରିତ ହୋଇଛି । ଆମ ଆଦମୀ ପାର୍ଟି ଏହାକୁ ବିରୋଧ କରିଥିଲେ ମଧ୍ୟ କିଛି ପ୍ରଭାବ ପଡି ନ ଥିଲା । ଲୋକସଭାରେ ଗୃହ ରାଜ୍ୟ ମନ୍ତ୍ରୀ କିଶନ ରେଡ୍ଡୀ କହିଛନ୍ତି, ଦିଲ୍ଲୀ ଏକ ସୀମିତ ଅଧିକାର ଯୁକ୍ତ କେନ୍ଦ୍ର ଶାସିତ ଅଂଚଳ ।

ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏ ନେଇ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀ ଏକ କେନ୍ଦ୍ର ଶାସିତ ରାଜ୍ୟ । ତେବେ ଏହି ବିଧେୟକ ଜରିଆରେ ରାଜ୍ୟ ସରକାରଙ୍କ କୌଣସି ଅଧିକାର କ୍ଷୁର୍ଣ୍ଣ ହେବ ନାହିଁ ବୋଲି ରେଡ୍ଡୀ କହିଛନ୍ତି । କଂଗ୍ରେସ ଏହି ବିଉ ବିରୋଧରେ ଯୁକ୍ତି ଉପସ୍ଥାପନ କରିଥିଲା ।

Leave A Reply

Your email address will not be published.