Latest Odisha News

‘କେହି ଭୟଭୀତ ନାହାନ୍ତି, ୨୪ ଘଣ୍ଟା ମଧ୍ୟରେ ଆମେଠୀ ଓ ରାୟବରେଲି ପାଇଁ ହେବ ପ୍ରାର୍ଥୀ ଘୋଷଣା’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି । ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମେତ ଦେଶର ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଦେଶବାସୀ ବିଶେଷ କରି ଆମେଠୀ ଏବଂ ରାୟବରେଲି ର ଜନତାଙ୍କ ନଜର କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ରହିଛି । ଯାହା ଅଧୀନରେ କଂଗ୍ରେସ ଆନୁଷ୍ଠାନିକ ଭାବେ ଆମିଠୀ ଏବଂ ରାୟବରେଲିରୁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ।

ଏଠାରେ କହି ରଖୁଛୁ ଯେ, ବିଗତ ଅନେକ ଦଶନ୍ଧି ଧରି ଏହି ଦୁଇଟି ଆସନ କଂଗ୍ରେସର ଗଡ ଭାବେ ବିବେଚନା କରାଯାଏ । ଏସବୁ ମଧ୍ୟରେ ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ନେବେ ଯେ ଆମେଠୀ ଏବଂ ରାୟବରେଲିରୁ କଂଗ୍ରେସ ପ୍ରାର୍ଥୀ କିଏ ହେବେ । ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଘୋଷଣା କରାଯିବ ।

ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି କେହି ଏପରି କଥା କହୁଛନ୍ତି ଯେ ଆମେଠୀ କିମ୍ବା ରାୟବରେଲିରେ ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛୁ, ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ । ସେପରି କିଛି ନାହିଁ । ସମୟ ଆସିଲେ ଆମେ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିବୁ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଆମେଠୀ ଏବଂ ରାୟବରେଲି ରୁ କଂଗ୍ରେସ ନିଜର ପ୍ରାର୍ଥୀ କାହାକୁ କରିବ ସେନେଇ ଚର୍ଚ୍ଚା ଯୋର ଧରିଛି । ମିଳିଥିବା ସୂଚନା ଅନୁଯାୟୀ ଦଳ ଏଥର ରାୟବରେଲିରୁ ରାହୁଲ ଗାନ୍ଧୀ ଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା କୁହାଯାଉଛି । ତେବେ ରାହୁଲ ଗାନ୍ଧୀ ବର୍ତ୍ତମାନ କେରଳର ଓ୍ବାୟନାଡରୁ ସାଂସଦ ଅଛନ୍ତି ।

Comments are closed.