Latest Odisha News

ରେକର୍ଡ ବିଜୟ; ବାରଣାସୀରୁ ମୋଦୀ ଓ ଗାନ୍ଧିନଗରରୁ ଶାହା   

ନୂଆାଦିଲ୍ଲୀ: ଦେଶର ସବୁଠୁ ବଡ ନିର୍ବାଚନ ତଥା ରୋଚକ ନିର୍ବାଚନର ମଙ୍ଗଳବାର ଫଳାଫଳ ପ୍ରକାଶ ପାଇଛି । ଏହାରି ଭିତରେ ବାରଣାସୀରୁ ବଡ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରଣୀସୀରେ ମୋଟ ୬,୧୨,୯୭୦ ଖଣ୍ଡ ଭୋଟରେ ଜିତିଛନ୍ତି ମୋଦୀ । କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପ୍ରାୟ ୧ ଲକ୍ଷ ୫୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।  

ସେପଟେ ଗାନ୍ଧିନଗରରେ ରେକର୍ଡ ବିଜୟ ଲାଭ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପାଖାପାଖି ୬ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଗୁଜୁରାଟର ଗାନ୍ଧିନଗରରେ ବିଜୟ ହାସଲ କରିଛନ୍ତି ଶାହା ।

ଅନ୍ୟପଟେ ରାୟବରେଲି ଓ ଓ୍ବାୟନାଡ ଉଭୟ ଆସନରୁ ବିଜୟ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେହିପରି ହିମାଚଳ ପ୍ରଦେଶ ମଣ୍ଡିରୁ ଜିତିଛନ୍ତି ବଲିଉଡ କୁଇନ କଙ୍ଗନା ରାଣାଓ୍ବତ । ଉତ୍ତରପ୍ରଦେଶ ଆମେଠିରୁ ପଛରେ ରହିଛି ବିଜେପି । ବିଜେପି ପ୍ରାର୍ଥୀନୀ ସ୍ମୃତି ଇରାନୀଙ୍କୁ ପଛରେ ପକାଇଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ଲାଲ ଶର୍ମା । ସେପଟେ କେରଳର ହଟ ସିଟ ଥିରୁଭାନନ୍ତପୁରମରରେ କଂଗ୍ରେସ ପ୍ରାର୍ଥୀ ଶଶି ଥରୁର କ୍ରମାଗତ ଚତୁର୍ଥ ଥର ପାଇଁ ବିଜୟ ହାସଲ କରିଛନ୍ତି ।

ତେବେ କେନ୍ଦ୍ରରେ ବିଜେପିର ‘୪୦୦ ପାର୍‌’ ସ୍ଲୋଗାନ ଫେଲ୍‌ ମାରିଥିବା ସ୍ପଷ୍ଟ ଚିତ୍ର ନଜର ଆସିଛି । ସାଧାରଣ ନିର୍ବାଚନରେ ୨୯୪ ଆସନରେ ଲିଡ୍ କରି କଂଗ୍ରେସକୁ କଡ଼ା ଟକ୍କର ମଧ୍ୟ ଦେଉଛି । ଏହାରି ଭିତରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଜେପି ବିଜୟ ପଥରେ ଆଗକୁ ବଢୁଥିବା ବେଳେ ବହୁ ପଛରେ ପଡିଯାଇଛି  ଶାସକ ବିଜେଡି। ଏମିତିକି ଏଥର ରୋଚକ ନିର୍ବାଚନରେ ବିଜେଡିର ବହୁ ଟାଣୁଆ ନେତା ପଛରେ ପଡିଥିବା ବେଳେ ଆଗରେ ରହିଛନ୍ତି ବିଜେପି ନେତା । ଯାହା ଶାସକ ବିଜେଡିକୁ ଏକ ଶକ୍ତ ଝଟକା ।

Leave A Reply

Your email address will not be published.