Latest Odisha News

BREAKING NEWS

ଏହି ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ଲଢି ପାରନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ସମାଜବାଦୀ ପାର୍ଟି ପକ୍ଷରୁ ସେ ଏହି ନର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି ।   ଅଭିଷେକ  ଆହ୍ଲାବାଦ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ନେଇ ଦଳର ବରିଷ୍ଠ ନେତା ସ୍ଥାନୀୟ ପଦାଧିକାରୀଙ୍କଠାରୁ ଫିଡବ୍ୟାକ ନେଇଛନ୍ତି । କୁହାଯାଉଛି, ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଖୁବ ଶୀଘ୍ର ମୁମ୍ବାଇ ଯାଇ ଅମିତାଭ ବଚ୍ଚନ ଏବଂ ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନଙ୍କ ସହ ଆଲୋଚନା କରିବେ ।

BjdElectrycity

ଆଲ୍ହାବାଦ ଲୋକସଭା ନିର୍ବାଚନ କ୍ଷେତ୍ରରୁ ୧୯୮୪ରେ କଂଗ୍ରେସ ଟିକେଟରେ ଅମିତାଭ ବଚ୍ଚନ ଲଢିଥିଲେ ଏବଂ ଜିତିଥିଲେ । ସେତେବେଳେ ସେ ପୂୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମବତୀ ନନ୍ଦନ ବହୁଗୁଣାଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ । ଏହି ନିର୍ବାଚନରେ ଅମିତାଭଙ୍କୁ ୬୮ ପ୍ରତିଶତ ଭୋଟ ମିଳିଥିବାବେଳେ ବହୁଗୁଣାଙ୍କ ଖାତାକୁ ଯାଇଥିଲା ମାତ୍ର ୨୫ ପ୍ରତିଶତ ଭୋଟ ।

ଏହି ନିର୍ବାଚନ ମଣ୍ଡଳୀ ସହ ଅମିତାଭଙ୍କ ସମ୍ପର୍କ ଭଲ ଅଛି । ଏଠାରେ ଅଭିଷେକଙ୍କର ମଧ୍ୟ ପ୍ରଶଂସକ ଅଛନ୍ତି । ଯଦି ଅଭିଷେକ ବଚ୍ଚନ ଏହି ଆସନରୁ ଲଢନ୍ତି ତେବେ ଅମିତାଭଙ୍କ ସହ ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ଏଠାକୁ ଆସିବା ପ୍ରାୟ ନିଶ୍ଚିତ ।  ତେଣୁ ଆଲ୍ହାବାଦ ଲୋକସଭା ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢିବା ପାଇଁ ଯଦି ଅଭିଷେକ ରାଜି ହୁଅନ୍ତି ତେବେ ଲଢେଇ ଜୋରଦାର ହେବ  ।

Leave A Reply

Your email address will not be published.