Latest Odisha News

BREAKING NEWS

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଭଞ୍ଜନଗର ସବ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ବେଲଗୁଣ୍ଠାର ହୋଇଥିବା ବେଳେ ୫ ଦିନ ତଳେ ତାଙ୍କୁ ଏକ ଚୋରି ମାମଲାରେ ଗିରଫ କରିଥିଲା ପୋଲିସ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପିଟିପିଟି ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଞ୍ଚଳର ଚରଣ ବେହେରା । ଏକ ଚୋରି ମାମଲାରେ ବେଲଗୁଣ୍ଠା ପୋଲିସ ଚରଣଙ୍କୁ ୫ ଦିନ ତଳେ ଗିରଫ କରିଥିଲା । ଶନିବାର ସକାଳେ ଚରଣ ଜେଲରେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଖାନାରେ ଡାକ୍ତର ଚରଣଙ୍କୁ ମୃତ ଘୋଷଣା କରିଥିଲେ । ଭଞ୍ଜନଗର ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଚରଣଙ୍କ ମୃତ୍ୟୁ ହେଲା ତାର କାରଣ ଖୋଜୁଛି ପୋଲିସ । ତେବେ ଚରଣଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତକଙ୍କ ଶରୀରରେ ମାଡ଼ ଦାଗ ଥିବା ପରିବାର ଲୋକ କହିବା ସହ କ୍ଷତିପୂରଣ ଦାବି କରିଛନ୍ତି ।

Leave A Reply

Your email address will not be published.