Latest Odisha News

ସରିଛି ପଞ୍ଚମ ପର୍ଯ୍ୟାୟ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ

ନୂଆଦିଲ୍ଲୀ: ଦେଶରେ ସରିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ଟି ଆସନରେ ମତଦାନ ଶେଷ ହୋଇଛି। ପଞ୍ଚମ ପର୍ଯ୍ୟାୟରେ ୬୦ ପ୍ରତିଶତରୁ ଅଧିକ ଭୋଟ୍ ରେକର୍ଡ କରାଯାଇଛି। ତେବେ ଆଗରୁ ଏହା ବଢିପାରେ ବୋଲି ସୂଚନା ମିଳିଛି । ନିର୍ବାଚନ ଆୟୋଗଙ୍କର ଭୋଟର ଟର୍ନଆଉଟ୍ ଆପ୍ ଅନୁଯାୟୀ, ପଞ୍ଚମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ୫୯.୩୬ ପ୍ରତିଶତ ମତଦାନ ହୋଇଛି।

ପଞ୍ଚମ ପର୍ଯ୍ୟାୟ ନିର୍ନାଚନରେ ପଶ୍ଚିମବଙ୍ଗରେ ସର୍ବାଧିକ ୭୩.୧୪ ପ୍ରତିଶତ ମତଦାନ ହୋଇଛି। ଏଥି ସହିତ ମହାରାଷ୍ଟ୍ରରେ ସର୍ବନିମ୍ନ ୫୪.୧୬ ପ୍ରତିଶତ ମତଦାନ ହୋଇଛି । ସେହିପରି ବିହାରରେ ୫୩.୮୬, ଜାମ୍ମୁ କାଶ୍ମୀରରେ ୫୬.୦୪, ଝାଡଖଣ୍ଡରେ ୬୩.୦୬, ଲଦାଖରେ ୬୮.୪୭, ଓଡିଶାରେ ୬୩.୪୪ ଏବଂ ଉତ୍ତରପ୍ରଦେଶରେ ୫୭.୭୯ ପ୍ରତିଶତ ମତଦାନ ହୋଇଛି।

ତେବେ ନିର୍ବାଚନ ସମୟରେ କିଛି କିଛି ସ୍ଥାନରେ ଗଣ୍ଡଗୋଳ ଓ ହିଂସାର ଖବର ଆସିଥିବା ବେଳେ କିଛି ସ୍ଥାନରେ ଇଭିଏମ ତ୍ରୁଟିର ସୂଚନା ସାମ୍ନାକୁ ଆସିଛି । ସେପଟେ ମୁମ୍ବାଇରେ ଏହି ପର୍ଯ୍ୟାୟ ମତଦାନ ବେଳେ ଭୋଟିଂ ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଅନେକ ଅଭିନେତା ଓ ଅଭିନେତ୍ରୀ ।

Comments are closed.