Latest Odisha News

BREAKING NEWS

ଚଳିତ ବର୍ଷ ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଲୋକସଭା ନିର୍ବାଚନ: ମମତା

କୋଲକାତା: ଭାରତୀୟ ଜନତା ପାର୍ଟି ସରକାର ଡିସେମ୍ବର କିମ୍ବା ଜାନୁଆରୀରେ ଲୋକସଭା ନିର୍ବାଚନ କରିପାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି କିଛି ଦାବି କରିଛନ୍ତି। ପ୍ରଚାର ପାଇଁ ସମସ୍ତ ହେଲିକପ୍ଟରକୁ ଗେରୁଆ ଦଳ ଦ୍ୱାରା ବୁକ୍ କରାଯାଇଛି ବୋଲି କହିବା ପରେ ନିର୍ବାଚନ ନେଇ ଏଭଳି ଆକଳନ କରିଛନ୍ତି ଟିଏମସି ସୁପ୍ରିମୋ।

ମୋର ଆଶଙ୍କା ରହିଛି ଯେ ଲୋକସଭା ନିର୍ବାଚନ ଚଳିତ ବର୍ଷ ଡିସେମ୍ବର କିମ୍ବା ଆସନ୍ତା ବର୍ଷ ଜାନୁଆରୀରେ ହୋଇପାରେ। ବିଜେପି ପାଇଁ ସବୁକିଛି ସମ୍ଭବ ବୋଲି ମମତା କହିଛନ୍ତି।

ଟିଏମସିର ଛାତ୍ର ସମାବେଶକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଫେରିବ ତେବେ ସାରା ଦେଶ ଏକଛତ୍ରବାଦୀ ଶାସନ ଆଡ଼କୁ ମୁହାଁଇବ।

ମମତା ବାନାର୍ଜୀ କହିଛନ୍ତି ଯେ ବିଜେପି ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ସମସ୍ତ ହେଲିକପ୍ଟର ବୁକ୍ କରିସାରିଛି, ଯାହାଫଳରେ ଅନ୍ୟ କୌଣସି ରାଜନୈତିକ ଦଳ ଏହାକୁ ପ୍ରଚାର ପାଇଁ ବ୍ୟବହାର କରିପାରିବେ ନାହିଁ।

ସେ କହିଛନ୍ତି, ସାମ୍ପ୍ରଦାୟିକ ଶତ୍ରୁତା ଭିତରେ ଗେରୁଆ ଦଳ ଆମ ଦେଶକୁ ଏକ ରାଷ୍ଟ୍ରରେ ପରିଣତ କରିସାରିଛି। ଯଦି ସେମାନେ କ୍ଷମତାକୁ ଫେରିବେ ତେବେ ଏହା ଆମ ଦେଶକୁ ଘୃଣାର ରାଷ୍ଟ୍ରରେ ପରିଣତ କରିବ ବୋଲି ମମତା କହିଛନ୍ତି।

Comments are closed.