Latest Odisha News

ନିଜର ପାରିଶ୍ରମିକ ବଢ଼େଇବା ନେଇ ଏମିତି ପ୍ରତିକ୍ରିୟା ରଖିଲେ ସନ୍ନି ଦେଓଲ

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୫୬.୦୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି ।ଏହି ସଫଳତା ପରେ ସନ୍ନି ଦେଓଲ ଆଗାମୀ ଫିଲ୍ମ ପାଇଁ ତାଙ୍କର ପାରିଶ୍ରମିକ ବଢାଇଥିବା ନେଇ ଚର୍ଚ୍ଚା ହେଉଛି । ଏମିତି କି ଗୋଟେ ଫିଲ୍ମ ପାଇଁ ସେ ତାଙ୍କ ପାରିଶ୍ରମିକ ୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି କୁହାଯାଉଛି । ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସେ ।

ସନ୍ନି ଦେଓଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସର୍ବପ୍ରଥମେ, ମୁଁ ଭାବୁଛି ଟଙ୍କା ସମ୍ବନ୍ଧୀୟ ବିଷୟଗୁଡ଼ିକ ହେଉଛି ପୁରା ବ୍ୟକ୍ତିଗତ । କେହି ବି ନିଜ ଦରମା କେବେ ସେୟାର କରନ୍ତି ନାହିଁ । ଏପରିକି ନିଜର ପ୍ରିୟ ଲୋକଙ୍କୁ ବି ନୁହେଁ । ଆଉ ବାକି ରହିଲା ମୋର ୫୦କୋଟି ପାରିଶ୍ରମିକ ନେବା କଥା, ତାହା ମୁଁ ମୋର ପରବର୍ତ୍ତୀ ଫିଲ୍ମ ଦସ୍ତଖତ କରିବା ସମୟରେ ନିଷ୍ପତ୍ତି ନେବି । ଏବେ ଆମେ ସମସ୍ତେ ‘ଗଦର ୨’ ର ସଫଳ କରିବାକୁ ଚେଷ୍ଟା କରୁଛୁ ।

ସେ ଆହୁରି କହିଛନ୍ତି ଯେ, ମୁଁ ମୋର ମୂଲ୍ୟ ଜାଣେ । ମୋର ସବୁଠାରୁ ଖରାପ ସମୟରେ ମଧ୍ୟ ମୁଁ ମୋର ଫି ଉପରେ ଆପୋଷ ବୁଝାମଣା କରି ନାହିଁ । ମୁଁ ଜାଣେ ଆଜି ସନ୍ନି ଦେଓଲଙ୍କୁ ଏକ ଭିନ୍ନ ଲାଇମଲାଇଟ ମିଳିଛି । କିନ୍ତୁ ମୁଁ ତ ସେଇଠି ଅଛି, ଯେଉଁଠି ଥିଲି । କେବଳ ଲୋକଙ୍କ ଦୃଷ୍ଟିକୋଣ ହିଁ ବଦଳିଯାଇଛି ।

Leave A Reply

Your email address will not be published.