Latest Odisha News

BREAKING NEWS

ବୁଥ୍ ଫେରନ୍ତା ମତ ସର୍ବେକ୍ଷଣ: ଦ୍ୱିତୀୟଥର ଲାଗି ମୋଦୀ ହେବେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଦେଶରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଯେଉଁସବୁ ବୁଥଫେରନ୍ତା ମତ ସର୍ବେକ୍ଷଣ ଫଳାଫଳ ଘୋଷିତ ହୋଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବେ ।

ଦେଶରେ ସମୁଦାୟ ୫୪୨ଟି ଲୋକସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଛି । ଟୁଡ଼େସ ଚାଣକ୍ୟ ଏକଜିଟ୍ ପୋଲ୍ ଅନୁଯାୟୀ, ୩୫୦ଟି ଆସନ ଏନଡ଼ିଏକୁ ମିଳୁଥିବା ବେଳେ କେବଳ ବିଜେପିକୁ ୩୦୦ ଆସନ ମିଳିବାର ପୂର୍ବାନୁମାନ ହୋଇଛି ।

ଟାଇମ୍ସ ନାଓ ଭିଏମଆର୍ ଏକଜିଟ୍ ପୋଲ୍ ଅନୁଯାୟୀ ଏନଡ଼ିଏକୁ ୩୦୬ଟି, ୟୁପିଏକୁ ୧୩୨ଟି ଆସନ ଏବଂ ଅନ୍ୟ ଦଳଗୁଡ଼ିକୁ ୧୦୪ଟି ଆସନ ମିଳିପାରିବ ।

ସେହିପରି ଏନଡ଼ିଟିଭି ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ ଅନୁସାରେ ଏନଡ଼ିଏକୁ ୩୦୨ଟି, ୟୁପିଏକୁ ୧୨୨ଟି ଏବଂ ଅନ୍ୟ ଦଳ ଗୁଡ଼ିକ ୧୧୮ଟି ଆସନ ପାଇବେ ।

ନ୍ୟୁଜ ୧୮ ଇପସୋସ ଅନୁସାରେ ଏନଡ଼ିଏକୁ ୩୩୬, ୟୁପିଏକୁ ୮୨ଟି ଏବଂ ଅନ୍ୟ ଦଳ ଗୁଡ଼ିକୁ ୧୨୪ଟି ଆସନ ମିଳିପାରିବ ।

ସି-ଭୋଟର୍ ଅନୁଯାୟୀ, ଏନଡ଼ିଏକୁ ୨୮୭ଟି, ୟୁପିଏକୁ ୧୨୮ଟି ଏବଂ ଅନ୍ୟ ଦଳଗୁଡ଼ିକୁ ୧୨୭ଟି ଆସନ ମିଳିପାରିବ ବୋଲି ଜଣାପଡ଼ିଛି ।

ରିପବ୍ଲିକ ଟିଭି ଅନୁଯାୟୀ, ଏନଡ଼ିଏକୁ ୨୮୭ଟି ଆସନ, ୟୁପିଏକୁ ୧୨୮ଟି ଏବଂ ମହାଗଠବନ୍ଧନକୁ ୪୦ଟି ଆସନ ଏବଂ ଅନ୍ୟ ଦଳଗୁଡ଼ିକୁ ୮୭ଟି ଆସନ ମିଳିପାରିବ ।

Leave A Reply

Your email address will not be published.