Latest Odisha News

ରାଜଧାନୀରେ ଉଦ୍ଧାର ହେଲା ୫ଟି ଜୀବନ୍ତ ବୋମା

ଭୁବନେଶ୍ୱର : ଭୁବନେଶ୍ୱରର ୟୁନିଟ ୯ ଅଞ୍ଚଳ ସ୍ଥିତ ଗୋଟିଏ ସରକାରୀ କ୍ୱାଟର୍ସ ପଛପଟୁ ସୋମବାର ଦିନ ୫ଟି ଅଫୁଟା ବୋମା ଉଦ୍ଧାର କରାଯାଇଛି ।

ଏସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ପରେ ପୋଲିସ ଓ ବମ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ବୋମା ଗୁଡିକୁ ଏକ ବ୍ୟାଗ ମଧ୍ୟରୁ ଜବତ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଟିମ୍ ଉକ୍ତ ସ୍ଥାନକୁ ଘେରାଉ କରି ବନ୍ଦ କରିବା ସହ ବମ ସ୍କ୍ୱାର୍ଡ ବୋମା ଗୁଡିକୁ ନିଷ୍କ୍ରିୟ କରିଥିବା ଜଣାପଡିଛି ।

ତେବେ ଏନେଇ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.