Latest Odisha News

ମାୟାବତୀଙ୍କୁ ବଡ ଝଟକା, ବିଏସ୍‌ପିରୁ ଇସ୍ତଫା ଦେଇ ଆର୍‌ଏଲ୍‌ଡିରେ ମିଶିଲେ ସାଂସଦ ମାଲୁକ ନାଗର

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପୂର୍ବରୁ ବିଏସ୍‌ପିକୁ ଝଟକା । ଦଳ ରୁ ଇସ୍ତଫା ଦେଲେ ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର । ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି ।

ତେବେ ମାଲୁକ ନାଗରଙ୍କ ସ୍ଥାନରେ ବିଏସ୍‌ପି ମୁଖ୍ୟ ମାୟାବତୀ ବିଜେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଛନ୍ତି । ଯାହାକୁ ନେଇ ନିରାଶ ହୋଇ ମାଲୁକ ନାଗର ଦଳ ଛାଡ଼ିଥିବା କୁହାଯାଉଛି । ତେବେ ବିଏସ୍‌ପିର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ନାଗର ଜଣେ । କାରଣ ସେ ୨୦୦୬ରୁ ଦିର୍ଘ ୧୮ ବର୍ଷ ଧରି ବିଏସ୍‌ପିରେ ରହିଥିଲେ ।

ଆର୍‌ଏଲ୍‌ଡିରେ ମିଶିଲା ପରେ ମାଲୁକ ନାଗର କହିଛନ୍ତି, ବିଏସ୍‌ପିରେ ନେତା ଦଳରୁ ବହିଷ୍କୃତ ହେଉଛନ୍ତି କିମ୍ବା ଦଳ ଛାଡ଼ିଛନ୍ତି । କିନ୍ତୁ କେହି ନେତା ଆଜିଯାଏଁ ୧୮ ବର୍ଷ ଧରି ରହିନାହାନ୍ତି । ଏହା ଏକ ଐତିହାସିକ ରେକର୍ଡ । ୨୦୨୨ରେ ବିଧାୟକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହିଁ, ୨୦୨୪ରେ ଏମ୍‌ପି ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିନାହିଁ। ଘରେ ବସି ଦେଶ ପାଇଁ କାମ ନ କରିବା ଠିକ୍‌ ନୁହେଁ । ସେଥିଲାଗି ଇସ୍ତଫା ଦେଉଛି ବୋଲି ସେ କହିଛନ୍ତି ।

ତେବେ ମାଲୁକ ନାଗର ଦଳ ଛାଡିବା ବିଏସ୍‌ପି ପାଇଁ ଏକ ବଡ ଝଟକା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

Comments are closed.