Latest Odisha News

BREAKING NEWS

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ବିଜେପି ଏବଂ କଂଗ୍ରେସ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି

ନୂଆଦିଲ୍ଲୀ: ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଜି ଲୋକସଭାରେ ଉପସ୍ଥିତ ରହିବା ପାଇଁ ନିଜ ନିଜ ସାଂସଦଙ୍କୁ ହ୍ବିପ୍ ଜାରି କରିଛନ୍ତି ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ଦେଶ ଦେଖିବାକୁ ଯାଉଛି ବାଚସ୍ପତି ନିର୍ବାଚନ।

ବାଚସ୍ପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ ଲଢେଇ ହେବ । ଏଥିରେ ଓମ୍ ବିର୍ଲା ବନାମ କେ. ସୁରେଶ ଲଢେଇ ଦେଖିବାକୁ ମିଳିବ। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିପାଇଁ ପ୍ରସ୍ତୁତ କରିଛନ୍ତି ରଣନୀତି। ଅମିତ ଶାହା ଗତକାଲି ସନ୍ଧ୍ୟାରେ ଶାସକ ମେଣ୍ଟର ସାଂସଦ ଓ ଦଳୀୟ ନେତାଙ୍କ ସହ ବୈଠକ କରିଥିଲେ। ଆଜି ସକାଳ ସାଢ଼େ ୧୦ଟା ସୁଦ୍ଧା ସଂସଦରେ ପହଞ୍ଚିବାକୁ କହିଛନ୍ତି। ଉପସ୍ଥିତ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ଆଜି ପୂର୍ବାହ୍ନ ୧୧ଟାରେ ହେବାକୁ ଯାଉଛି ଏହି ନିର୍ବାଚନ। ୪୮ ବର୍ଷ ପରେ ଦେଶରେ ବାସସ୍ପତି ନିର୍ବାଚନ ହେବାକୁ ଯାଉଛି । ଶେଷଥର ଲାଗି ୧୯୭୬ ମସିହାରେ ନିର୍ବାଚନ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସର୍ବସମ୍ମତି କ୍ରମେ ବାଚସ୍ପତି ଚୟନ କରାଯାଉଥିଲା। ଆଜି ଦେଶ ଦେଖିବ ବାଚସ୍ପତି ନିର୍ବାଚନ। କୁହାଯାଉଛି ଶାସକ ଦଳ ପାଖରେ ସଂଖ୍ୟା ଥିଲେ ମଧ୍ୟ ଅନ୍ୟାନ୍ୟା ଦଳ ଏବଂ ସ୍ବାଧୀନ ସାଂସଦଙ୍କ ସହିତ ଯୋଗଯୋଗ କରାଯାଇ ରେକର୍ଡ ଭୋଟରେ ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ବିଜୟ କରିବାକୁ ଯୋଜନା ଚାଲିଛି। ଅନ୍ୟପଟେ ଉଭୟ ବିଜେପି ଏବଂ କଂଗ୍ରେସ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି।

 

Comments are closed.