Latest Odisha News

ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା, ୩ ଜଣିଆ ତଦନ୍ତ କିମିଟି ଗଠନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା। ୩ ଜଣିଆ ତଦନ୍ତ କିମିଟି ଗଠନ କଲେ ବାଚସ୍ପତି ଓମ୍‌ ବିର୍ଲା। କମିଟିରେ ଅଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିଭି ଆଚାର୍ଯ୍ୟ କମିଟି ସଦସ୍ୟ।

ସୂଚନାଥାଉକି ସୁପ୍ରିମକୋର୍ଟ ଗତ ସପ୍ତାହରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଯେଉଁଥିରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ଇନହାଉସ୍ ତଦନ୍ତ ପ୍ୟାନେଲର ରିପୋର୍ଟକୁ ଅବୈଧ କରାଯାଇଥିଲା, ଯେଉଁଥିରେ ତାଙ୍କୁ ଅସଦାଚରଣ ପାଇଁ ଦୋଷୀ ବୋଲି କୁହାଯାଇଥିଲା। ୨୧ ମାର୍ଚ୍ଚରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବର୍ମାଙ୍କୁ ଲିଖିତ ଆକାରରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାର ପରଦିନ, ଜଷ୍ଟିସ୍ ଯଶୋବନ୍ତ ବର୍ମା ଅଭିଯୋଗଗୁଡ଼ିକୁ ଖାରଜ କରି ଜବାବ ଦେଇଥିଲେ। ସିଜେଆଇ ସଞ୍ଜିବ ଖାନ୍ନା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରିଥିଲେ। ଏସସି ତାଙ୍କ ୱେବସାଇଟରେ ମାମଲା ସହିତ ଜଡିତ ଫଟୋ ଏବଂ ଭିଡିଓ ସହିତ ଏକ ଇନହାଉସ୍ ତଦନ୍ତ ରିପୋର୍ଟ ଅପଲୋଡ୍ କରିଥିଲେ।

Comments are closed.