Latest Odisha News

ଲୋକସଭାରେ ବାଚସ୍ପତି ନିର୍ବାଚନ ଜୁନ୍ ୨୬

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ଆରମ୍ଭ ହେବାର ଦୁଇ ଦିନ ପରେ ଜୁନ୍ ୨୬ ତାରିଖ ବୁଧବାର ଦିନ ନୂଆ ସାଂସଦମାନେ ବାଚସ୍ପତି ବାଛିବାକୁ ଯାଉଛନ୍ତି। ସରକାରୀ କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ଜୁଲାଇ ୩, ୨୦୨୪ ବୁଧବାର ଶେଷ ହେବ ବୋଲି ସରକାରୀ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ଆଗାମୀ ଲୋକସଭା ଅଧିବେଶନରେ ସମସ୍ତ ନିର୍ବାଚିତ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ। ଜୁନ୍ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହି ଅବସରରେ ସେ ଆଗାମୀ ୫ ବର୍ଷ ପାଇଁ ନୂଆ ସରକାରଙ୍କ ରୋଡମ୍ୟାପ୍ ରୂପରେଖ ପ୍ରସ୍ତୁତ କରିବାର ସମ୍ଭାବନା ରହିଛି।

ସାଧାରଣତଃ ଲୋକସଭାର ସଦସ୍ୟମାନଙ୍କର ପ୍ରଥମ ବୈଠକରେ ବାଚସ୍ପତି ଚୟନ କରାଯାଏ । ବାଚସ୍ପତି ଚୟନ ହେବା ପୂର୍ବରୁ ସାଧାରଣତଃ ସବୁଠାରୁ ଲମ୍ବା ସମୟ ଧରି କାର୍ଯ୍ୟ କରୁଥିବା ଜଣେ ସାଂସଦଙ୍କୁ ପ୍ରୋଟେମ୍ (ସୀମିତ ସମୟ ପାଇଁ) ବାଚସ୍ପତି ଭାବରେ ଚୟନ କରାଯାଏ ।

ପ୍ରୋଟେମ୍ ସ୍ପିକର ନୂଆ ଗୃହର ପ୍ରଥମ କିଛି ବୈଠକରେ ଅଧ୍ୟକ୍ଷତା କରିବା ସହ ନୂଆ ସାଂସଦଙ୍କ ଶପଥ ଗ୍ରହଣ କରିବା ସହ ବାଚସ୍ପତି ଓ ଉପବାଚସ୍ପତିଙ୍କ ପାଇଁ ଭୋଟ୍ ପରିଚାଳନା କରିଥାନ୍ତି।

Comments are closed.