ଭୁବନେଶ୍ୱର: ସୋମବାର ଠାରୁ ଖୋଲିବ ଲୋକାସେବା ଭବନ। ଏହା ସହିତ ଖାରବେଳ ଭବନ ଓ ରାଜୀବ ଭବନ ଯିବାକୁ ସାମ୍ବାଦିକ, ସର୍ବସାଧାରଣଙ୍କୁପ୍ରବେଶ ଅନୁମତି ମିଳିବ । ଗତ ୧୨ ତାରିଖରେ ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହିପରି କରୋନା ପରଠାରୁ ପ୍ରାୟ ୨ ବର୍ଷ ପରେଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ମଧ୍ୟ ସୋମବାର ଠାରୁ ଆରମ୍ଭ ହେବ । ଏନେଇ ପୂର୍ବରୁ ସାଧାରଣ ପ୍ରଶାସନବିଭାଗ ପକ୍ଷରୁ ସବୁ ବିଭାଗର ପ୍ରମୁଖ ସଚିବ, ସଚିବ, ବିଭାଗୀୟ ମୁଖ୍ୟ, ପୁଲିସ ଡିଜି, ସମସ୍ତ ନିର୍ଦ୍ଦେଶକ, ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ଜଣାଇଦିଆଯାଇଛି ।
ଗୃହ ବିଭାଗର ନିଷ୍ପତ୍ତି ଅନୁଯାୟୀ ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠକୁ ସୋମବାରଠାରୁସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ସାଧାରଣ ଜନତା ସେମାନଙ୍କ ଆପତ୍ତି ଅଭିଯୋଗ ଏବଂ ସଚିବାଳୟରେ ଅନ୍ୟାନ୍ୟ ସରକାରୀ କାମ ପାଇଁ ପ୍ରବେଶ କରିପାରିବେ । ଜନସାଧାରଣ ଏବଂ ଅନ୍ୟମାନେ ପାସ୍ ପାଇଁ ଅନଲାଇନରେ epravesh.odisha.gov.in ମାଧ୍ୟମରେ ପାସ୍ ପାଇଁ ଆବେଦନ କରିାରିବେ। ତେବେ ଲୋକସେବା ଭବନକୁ କେବଳ ସ୍ୱୀକୃତପ୍ରାପ୍ତ ସାମ୍ୱାଦିକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିଛି।
Comments are closed.