ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲା ଲୋକାୟୁକ୍ତି । ବଡ଼ ବଡ଼ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ଓଡ଼ିଶା ଲୋକାୟୁକ୍ତ, ନିଜ ଅଧିନରେ ଏକ ତଦନ୍ତକାରୀ ସଂସ୍ଥା ରଖିବାକୁ ନିଜ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଆଉ ଏହିକ୍ରମରେ ଭିଜିଲାନ୍ସ ବିଭାଗକୁ ସିଧାସଳଖ ନିଜ ଅଧିନକୁ ନେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ଲୋକାୟୁକ୍ତ । ଓଡ଼ିଶା ଲୋକାୟୁକ୍ତଙ୍କ ଏଭଳି ପ୍ରସ୍ତାବକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିବା ଥିବା ବେଳେ ପୂର୍ବତନ ପ୍ରଶାସନ ରଖିଛନ୍ତି ଭିନ୍ନ ମତ ।
ଭିଜିଲାନ୍ସ ବିଭାଗକୁ ସିଧାସଳଖ ନିଜ ଅଧିନକୁ ନେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଲୋକାୟୁକ୍ତ । ବାର୍ଷିକ ରିପୋର୍ଟରେ ଲୋକାୟୁକ୍ତ ଲେଖିଛନ୍ତି, ଭିଜିଲାନ୍ସ ବିଭାଗ ଲୋକାୟୁକ୍ତଙ୍କ ଅଧିନକୁ ଆସିଲେ, ଉଭୟ ଲୋକାୟୁକ୍ତ ଓ ଭିଜିଲାନ୍ସ ବିଭାଗ ଉପରେ ଲୋକଙ୍କ ବିଶ୍ୱସନୀୟତା ବଢିଯିବ । ଏହା ସହିତ ୨ ଜଣ ଆଇନ୍ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ସହ ଲୋକାୟୁକ୍ତ କାର୍ଯ୍ୟାଳୟ ସୁପରିଚାଳନା ପାଇଁ ୨ ଏକର ଜମି ଯୋଗାଇ ଦେବାକୁ ବାର୍ଷିକ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି ।
ଗତବର୍ଷ ଏପ୍ରିଲରୁ ଲୋକାୟୁକ୍ତ ହେବା ପରଠାରୁ ଚଳିତବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ୭୧୩ଟି ମାମଲା ବିଚାରଧୀନ ରହିଛି । ଏଥିରେ ଗତବର୍ଷ ଏପ୍ରିଲରୁ ଡିସେମ୍ବର ଭିତରେ ୧୧୩୨ ମାମଲା ପଂଜିକୃତ ହୋଇଥିଲା ବେଳେ ୫୪୮ ମାମଲାର ଫଇସଲା ହୋଇପାରିଛି । ଏହି ସମୟ ଭିତରେ ଲୋକାୟୁକ୍ତଙ୍କ ଫଇସଲା ହାର ୪୮% ରହିଛି । ଓଡ଼ିଶା ଲୋକାୟୁକ୍ତଙ୍କର ନିଜସ୍ୱ କୌଣସି ତଦନ୍ତକାରୀ ସଂସ୍ଥା ନଥିବାରୁ ଲୋକାୟୁକ୍ତ, ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଉପରେ ନିର୍ଭରଶୀଳ ରହୁଛନ୍ତି । ତେଣୁ ଭିଜିଲାନ୍ସ ବିଭାଗକୁ ସିଧାସଳଖ ନିଜ ଅଧିନକୁ ନେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଲୋକାୟୁକ୍ତ ।
Comments are closed.