ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଆଗୁଆ ମତଦାନ ପାଇଁ ଧାଡ଼ିରେ ଭୋଟର। ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ରହିଛନ୍ତି। ପ୍ରତି ବୁଥ୍ ଉପରେ ସିସିଟିଭିର କଡ଼ା ନଜର ରହିଛି।
ଆନ୍ଧ୍ରପ୍ରଦେଶରେ ସମସ୍ତ ୨୫ଟି ଆସନ ଏବଂ ତେଲେଙ୍ଗାନାର ୧୭ଟି ଆସନରେ ମତଦାନ ହେଉଛି । ସେହିପରି ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶର ୮ଟି, ବିହାରର ୫ଟି ଏବଂ ଝାଡଖଣ୍ଡ ଏବଂ ଓଡିଶାର ୪ଟି ଲେଖାଏଁ ଆସନ ଏବଂ ଜମ୍ମୁ କଶ୍ମୀରରର ଗୋଟିଏ ଆସନରେ ମତଦାନ ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ଶେଷ ହେବ । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର ।
ଏହାସହିତ ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। ତେବେ ଉତ୍ତରପ୍ରଦେଶର ଶାହାଜାହାନପୁର, ଖେରୀ, ସୀତାପୁର, ଧୈରାହରା, ହର୍ଦୋଇ, ମିସ୍ରିକ୍, ଉନ୍ନାଓ, ଫାରୁଖାବାଦ, ଇଟାୱା, କନ୍ନୌଜ, କାନପୁର, ଆକବରପୁର ଏବଂ ବହରାଇଚ୍ରେ ମତଦାନ ଆରମ୍ଭ ହୋଇଛି। ଏହାରି ଭିତରେ ଭୋଟ ଦେଲେ ଉତ୍ତରପ୍ରଦେଶ ମନ୍ତ୍ରୀ ସୁରେଶ ଖାନ୍ନା । ଶାହାଜାହାନପୁରର ଏକ ମତଦାନ କେନ୍ଦ୍ରରେ ସେ ଭୋଟ ଦେଇଛନ୍ତି । ଏଠାରେ ଇଣ୍ଡିଆ ମେଣ୍ଟରୁ ଜୋତ୍ସ୍ନା ଗୋଣ୍ଡ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିର ଅରୁଣ କୁମାର ସାଗର ଏବଂ ବିଏସପିର ଡୋଡ ରାମ ବର୍ମାଙ୍କ ମଧ୍ୟରେ ହେବ ଟକ୍କର।
ସେହିପରି ତେଲେଙ୍ଗାନାର ୧୭ଟି ଆସନରେ ମତଦାନ ହେଉଛି ।
#WATCH | Telangana: Actor Jr NTR arrives at a polling booth in Jubilee Hills, Hyderabad to cast his vote. #LokSabhaElections2024 pic.twitter.com/irFIjHVGVq
— ANI (@ANI) May 13, 2024
ଅଭିନେତା ଜୁନିଅର ଏନଟିଆର ହାଇଦ୍ରାବାଦର ଜୁବଲିହିଲ୍ସ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି ।
#WATCH | Telangana: BJP candidate from Hyderabad, Madhavi Latha casts her vote at a polling booth in the constituency.
She faces sitting MP and AIMIM candidate Asaduddin Owaisi and BRS' Gaddam Srinivas Yadav here. #LokSabhaElections2024 pic.twitter.com/E7sMVEZOrj
— ANI (@ANI) May 13, 2024
ବିଜେପି ପ୍ରାର୍ଥୀ ମାଧବୀଲତା ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି । ଏଠାରେ ବିଜେପି ପ୍ରାର୍ଥୀ ମାଧବୀଲତା, ଏଆଇଏମଆଇଏମ ପ୍ରାର୍ଥୀ ଅସଦୁଦ୍ଦିନ ଓୱେସୀ ଏବଂ ବିଆରଏସ ପ୍ରାର୍ଥୀ ଶ୍ରୀନିବାସ ଯାଦବଙ୍କ ମଧ୍ୟରେ ଫାଇଟ ହେଉଛି ।
#WATCH | Telangana: Actor Allu Arjun arrives at a polling booth in Jubilee Hills, Hyderabad to cast his vote. #LokSabhaElections2024 pic.twitter.com/9yLyk93CdH
— ANI (@ANI) May 13, 2024
ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦର ଜୁବଲି ହିଲ୍ସର ଏକ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ।
Comments are closed.